କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବ୍ୟବସାୟୀ ସଂଘର ନୂତନ କମିଟି ଗଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): ଜି.ଉଦୟଗିରି ବ୍ୟବସାୟୀ ସଂଘର ଆଜି ନୁତନ କମିଟି ଗଠିତ ହୋଇଥିବା ଜଣାପଡିଛି I ଆଗାମୀ ତିନି ବର୍ଷ ପାଇଁ ସର୍ବସମ୍ମତି କ୍ରମେ ସଭାପତି ଭାବେ ମନୋଜ କୁମାର ମହାପାତ୍ର ନିର୍ବାଚିତ ହୋଇଥିବା ବେଳେ ପ୍ରୀୟବ୍ରତ ସାହୁ ଉପ ସଭାପତି,ସନ୍ତୋଷ କୁମାର ଆଚାର୍ଯ୍ୟ ସମ୍ପାଦକ, ଅରୁଣ କୁମାର ଷଡଙ୍ଗୀ ସହ-ସମ୍ପାଦକ ଏବଂ ସଞ୍ଜୟ କୁମାର ସୁବୁଦ୍ଧି କୋଷାଧ୍ୟକ୍ଷ ରୁପେ ମନୋନୀତ ହୋଇଥିଲେ I ଏହା ସହି ମାନସ ରଞ୍ଜନ ଦାସ,ସି ଏଚ ପ୍ରଶାନ୍ତ କୁମାର ସୁବୁଦ୍ଧି, ଚନ୍ଦନ ପାଣିଗ୍ରାହୀ, ସି.ଏଚ କ୍ରିଷ୍ଣାମୂର୍ତ୍ତୀ ପାତ୍ର, କାଳୁ ଚରଣ ପଣ୍ଡା ଓ ରାମେଶ୍ବର ପାତ୍ର କାର୍ଯ୍ୟକାରିିଣୀ ସଦସ୍ୟ ଭାବେ ସମସ୍ତଙ୍କ ଦ୍ବାରା ମନୋନୀତ ହୋଇଥିଲେ I ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ବିନୋଦ ବିହାରୀ ଦାସ ଓ ସମୀର କୁମାର ପାଢୀ ମନୋନିତ ହୋଇଥିଲେ I ଉକ୍ତ ନିର୍ବାଚନକୁ ବରିଷ୍ଠ ବ୍ୟବସାୟୀ ରାଜେନ୍ଦ୍ର ମହାପାତ୍ର ଓ ଚତୁର୍ଭୂଜ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Related news

Skip to toolbar