କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା-ତୁମୁଡିବନ୍ଧ ସୀମାନ୍ତରେ ମାଓ ପୋଷ୍ଟର….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି I ଆଜି ସକାଳେ ବାଲିଗୁଡ଼ା-ତୁମୁଡ଼ିବନ୍ଧ ସୀମାନ୍ତ ଇମାନୁଏଲ ନଗର ଅଂଚଳରେ ରାସ୍ତା ପାର୍ଶ୍ଵରେ ଥିବା ଗଛ ଗୁଡିକରେ କେବିଏନ ଡିଭିଜନ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଲାଗି ଥିବାର ଦେଖା ଦେଇଛି I

ଏହି ପୋଷ୍ଟରରେ ଗଞ୍ଜେଇ ଗଛ ନଷ୍ଟକୁ ବିରୋଧ କରାଯିବା ସହ କନ୍ଧମାଳ ଜିଲ୍ଲାରେ ୧୨୦ ବିଦ୍ୟାଳୟ ବନ୍ଦ ଏବଂ ୧୭୦ ଗ୍ରାମର ଲୋକ କାମ ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଯିବା ଘଟଣାକୁ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି I ଏହା ସହ ଫିରିଙ୍ଗିଆ ବ୍ଲକର କୋଟାପଙ୍ଗା ସିଆରପିଫ କ୍ୟାମ୍ପ ସ୍ଥାପନକୁ ମଧ୍ୟ ବିରୋଧ କରାଯାଇଛି I ଏହି ମାଓ ପୋଷ୍ଟରକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି I ଘଟଣା ସମ୍ପର୍କରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ I

Related news

Skip to toolbar