କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ଠାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ କରୋନା କଟକଣା ଭିତରେ ଅନୁଷ୍ଠିତ I କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର କେ.ନୂଆଗାଁ ବ୍ଲକର ଶିବ ମନ୍ଦିର ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବାଲିଗୁଡ଼ା ବିଧାୟକ ପ୍ରତ୍ୟେକ ବ୍ଲକର ସଭାପତି, ଅଧକ୍ଷ ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତରେ ମାଲ୍ୟାର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ଚକ୍ରମଣି କଂହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ଏଥିରେ ବାଲିଗୁଡା ବ୍ଲକ ସଭାପତି ଏବଂ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଟୁନା ଦାସ, କୋଟଗଡ଼ ବ୍ଲକ ସଭାପତି ଶ୍ରୀ ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ସଭାପତି ଶ୍ରୀ ପ୍ରମୋଦ ସାହୁ, ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଲୋକନାଥ ପାଢ଼ୀ, ତୁମୁଡିବନ୍ଧ ବ୍ଲକ ଅଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ଶ୍ରୀ ଶ୍ୟାମସୁନ୍ଦର ବଡ଼ସେଠ୍, ଶ୍ରୀ ପରାଶର ପାଟ୍ଟମାଝୀ, ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର, ଶ୍ରୀ ନବୀନ ପାତ୍ର, ଶ୍ରୀ ଶିରୀଶ ଚନ୍ଦ୍ର ମଲିକ, ଶ୍ରୀ କମଲ କାନ୍ତ ପାତ୍ର, ଶ୍ରୀ ମିଟୁ ନାୟକ, ଶ୍ରୀ ବଙ୍ଗାଳି ବଡ଼ ସେଠ୍, ଶ୍ରୀମତୀ ବାସନ୍ତି ପାତ୍ର ,ଶ୍ରୀ ବିଜେଶ୍ୱର ମଲିକଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା ଯୋଗ ଦେଇ ଥିଲେ I ଏହି ସମୟରେ ଦଳକୁ ସୁଦୃଢ କରାଯିବ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଶେଷରେ ଦଳର ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କଂହର ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିକାଶ ବିଷୟରେ ଅବଗତି କରାଇ ଥିଲେ I ନୂତନ ଭାବରେ ଗଠିତ ହୋଇଥିବା ନୂଆଗାଁ ବ୍ଲକର ଲେଥିଙ୍ଗିଆ ଗ୍ରାମପଞ୍ଚାୟତର 200 ରୁ ଉର୍ଦ୍ଧ ଯୁବ ଗୋଷ୍ଠୀଙ୍କୁ ଦଳରେ ସାମିଲ ହୋଇ ଥିଲେ I ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କଂହର, ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜୀବ ପାତ୍ର ଓ ଶ୍ରୀ ସୁନ୍ଦର ଵେଦାସେଠ, ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ନୂତନ ଭାବେ ଦଳରେ ସାମିଲ ହୋଇ ଥିବା କର୍ମୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଇ ସଭାକୁ ସମାପ୍ତ କରିଥିଲେ I