କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାରେ କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ବଡ଼ଦିନ…

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲାରେ କୋଭିଡ କଟକଣା ମଧ୍ୟରେ ଅତି ଆନନ୍ଦ ଉଲ୍ଲାସରେ ବଡ଼ ଦିନ ପର୍ବ ପାଳିତ ହୋଇ ଯାଇଛି I ସରକାରଙ୍କ ଗାଇଡ଼ ଲାଇନକୁ ମାନି ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସକାଳେ ସମୁହ ପ୍ରାର୍ଥନା କରିଥିଲେ I କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚର୍ଚ୍ଚ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇ ଥିଲା I ଚର୍ଚ୍ଚ ଗୁଡିକ ପ୍ରବେଶ ପଥରେ ସାନିଟାଇଜର ବ୍ୟବସ୍ଥା କରାଯିବା ସହ ସମଦୁରତା ପ୍ରତିମଧ୍ୟ ବେଶ ଧ୍ୟାନ ଦିଆଯାଇ ଥିଲା I କୋଭିଡ କଟକଣା ଥିଲେ ସୁଦ୍ଧା ସରକାରଙ୍କ ନିୟମକୁ ମାନି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବଡ଼ଦିନ ପାଳନ କରିଛନ୍ତି I କନବାଗେରି ଉତ୍ତର ଭାରତ ମଣ୍ଡଳୀରେ ବଡ଼ଦିନର ସମୁହ ପ୍ରାର୍ଥନାକୁ ପାଷ୍ଟର ରେଭ ଯକ୍ଷ ଦିଗାଳ ପରିଚାଳନା କରିଥିବା ବେଳେ ରେଭ ସାମୁୟେଲ ନାୟକ ବାଇବେଲ ଧର୍ମ ଶାସ୍ତ୍ରରୁ ଯୀଶୁଙ୍କ ଜନ୍ମର ବାଣୀ ପ୍ରଚାର କରିଥିଲେ I ସେହି ପରି ମାଲିକାପଡ଼ି, ନୂଆସାହି ବାପଟିଷ୍ଟ ମଣ୍ଡଳି ସମେତ କୋଟଗଡ଼ ଏବଂ ତୁମୁଡିବନ୍ଧ ବ୍ଲକରେ ଥିବା ଚର୍ଚ୍ଚ ଗୁଡିକରେ ମଧ୍ୟ ବକ୍ତାମାନେ ବାଇବେଲ ଧର୍ମ ସାସ୍ତ୍ରରୁ ଯୀଶୁଙ୍କ ବାଣୀ ପ୍ରଚାର କରିଥିଲେ I କୋଭିଡ କଟକଣା ଯୋଗୁଁ ଚର୍ଚ୍ଚ ଗୁଡିକ ବାହାରେ ଭକ୍ତଙ୍କ ବସିବା ପାଇଁ ସମଦୁରତା ରକ୍ଷା କରି ଚୌକିର ବ୍ୟବସ୍ଥା କରାଯାଇ ଥିଲା I ବଡ଼ଦିନର ସମୁହ ପ୍ରାର୍ଥନା ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚର କର୍ମକର୍ତ୍ତା ମାସ୍କ ପିନ୍ଧିବା ସହ ସମଦୁରତା ବଜାୟ ରଖିବା ପାଇଁ ଚର୍ଚ୍ଚ ସଦସ୍ୟଙ୍କୁ କହି ଥିଲେ I ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତ୍ୟକ ଚର୍ଚ୍ଚରେ ପୁଲିସ ମୁତୟନ ହୋଇ ଥିଲେ I ବିଗତ ବର୍ଷମାନଙ୍କରେ ଚର୍ଚ୍ଚ ଗୁଡିକରେ ବଡ଼ଦିନ ପର୍ବ ପାଳନ ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଥିଲା I ସରକାରଙ୍କ ଗାଇଡ ଲାଇନକୁ ମାନି ଏହି ବର୍ଷ ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇ ଥିଲା I ଏପରିକି ଚର୍ଚ୍ଚ ଗୁଡ଼ିକରେ ଆଲୋକ ସଜା କିମ୍ବା ଡାକବାଜି ଯନ୍ତ୍ର ମଧ୍ୟ ଲଗା ଯାଇ ନ ଥିବା ଦେଖା ଦେଇଛି I

Related news

Skip to toolbar