କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ବଡ଼ଦିନ ଉତ୍ସବ ପାଳିତ….

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ସାନ୍ଧ୍ୟ ୭.୩୦ମିନିଟ ସମୟରେ ଘୁ.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ବଣିକ ସଂଘ ସଭା ଗୃହ ଠାରେ ଅତି ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ଉତ୍ସବ ପାଳିତ ହୋଇଛି I ଏହି ଉତ୍ସବରେ ପ୍ରେସ କ୍ଳବ ର ସଭାପତି ସମୀର କୁମାର ପାଢୀ, ସାଧାରଣ ସମ୍ପାଦକ ବଟକୃଷ୍ଣ ଦାସ, କୋଶାଦକ୍ଷ ଗଗନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ସମ୍ବାଦିକ ଅରୁଣ ଷଡ଼ଙ୍ଗୀ, ସମ୍ବାଦିକ ପ୍ରତାପ ଚନ୍ଦ୍ର ପାଢ଼ୀ, ସମ୍ବାଦିକ ଅନୀଲ କୁମାର ଦଳବେହେରା, ସମ୍ବାଦିକ ଚନ୍ଦ୍ର ଶେଖର ପାଢ଼ୀ, ସମ୍ବାଦିକ ପ୍ରଶନ କୁମାର ମିଶ୍ର ଏବଂ ସମ୍ବାଦିକ ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରେସ କ୍ଳବର ସାଧାରଣ ସମ୍ପାଦକ ବଟକୃଷ୍ଣ ଦାସ ଉକ୍ତ ବଡ଼ଦିନ ପାଳନ ଉତ୍ସବରେ ସଭାପତିତ୍ୱ କରିଥିଲେ ଏବଂ ବଡ଼ଦିନ ପାଳନର ମହତ୍ତ୍ୱ ବିଷୟରେ ଉପସ୍ଥାପନ କରି ଥିଲେ I ପ୍ରେସ କ୍ଳବର ସଭାପତି ସମୀର କୁମାର ପାଢୀ ବାଇବେଲ ଧର୍ମ ଶାସ୍ତ୍ରର ବାଣୀ ଏବଂ ଯୀଶୁଙ୍କ ଜନ୍ମର ମହତ ଉଦ୍ଧେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଥିଲେ I ପ୍ରେସ କ୍ଳବର କୋଷାଦକ୍ଷ ଗଗନ କୁମାର ପ୍ରଧାନ ବଡ଼ଦିନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥାପନ କରିଥିଲେ I ଏହା ସହ ପ୍ରେସ କ୍ଳବର ସଦସ୍ୟ ବଡ଼ଦିନର ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ I ପ୍ରେସ କ୍ଳବର ସଭାପତିଙ୍କ ସମେତ କର୍ମକର୍ତ୍ତା ଏବଂ ସଦସ୍ୟ ସମୁହ ପ୍ରଦୀପ ପ୍ରଜ୍ଵଳନ ଏବଂ ଖ୍ରୀଷ୍ଟମାସ କେକ କାଟି ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଥିଲେ I

Related news

Skip to toolbar