କନ୍ଧମାଳ ସନ୍ତାନ

Breaking News

ଜବରଦଖଲ ଜମିରେ ଲାଗିଲା ବିନା ଅନୁମତିରେ ପ୍ରବେଶ ନିଷେଧ ଫଳକ, ଆତଙ୍କିତ ଜମି ମାଫିଆ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ବଡଗାଁ ମୌଜା ସମେତ ଏନଏସିର ନୁଆସାହି, ଦଣ୍ଡପଦର,ପଣସପଡି, ଗୁଳିମରା, ମୁଣ୍ଡାସାହି I ଏହି ବସ୍ତି ଗୁଡ଼ିକରେ ଜମି ମାଫିଆ ଏବେ ବେଶ ସକ୍ରିୟ I ଜମି ମାଫିଆ ବଡବଡ ଅଟ୍ଟାଳିକା ନିର୍ମାଣ କରି ଵିକ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇ ଆସୁଥିଲା I ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା I ଗଣମାଧ୍ୟମ ଦ୍ୱାରା ଖବର ପ୍ରକାଶିତ ହେବା ପରେ ଆକ୍ସନ ମୋଡ଼ରେ ପ୍ରଶାସନ I ପ୍ରାଥମିକ ଭାବେ 2ନମ୍ବର ୱାର୍ଡ଼ ଡୁମୁଡ଼ି ସାହି, ଜାମପାଦ ସାହି ଠାରେ ସ୍ଥାନୀୟ ତହସିଲଦାର ଶସIଙ୍କ ଶେଖର ପାତ୍ରକ ଉପସ୍ଥିତିରେ ସରକାରୀ ଜମି ଜବରଦଖଲ କରି ସରକାରୀ କର୍ମଚାରୀ ଅଟ୍ଟାଳିକା ନିର୍ମାଣ କରିଥିବା ସ୍ଥାନରେ ବିନା ଅନୁମତିରେ ପ୍ରବେଶ ନିଷେଧ ଫଳକ ଲଗାଯାଇଛି l ଏବେ କିଛି ପ୍ଲୋଟକୁ ମଧ୍ଯ ସିଲ୍ କରିଦିଆଯାଇଛି I ଏହାପରେ ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ଜବରଦଖଲ ଉପରେ ଉଛେଦ ଅଭିଯାନ ଆରମ୍ଭ ହେବା ନେଇ ସୂଚନା ମିଳିଛି I ଫଳରେ ଜମି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l କିଛି ସରକାରୀ କର୍ମଚାରୀ ସେହି ସିଲ ହୋଇଥିବl ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍ ତହସିଲଦାରଙ୍କ ଚଢାଉ ଦ୍ୱାରା ଭୟବିତ ହୋଇଯାଇଛନ୍ତି l ଏପଟ ଜମି ଦଲାଲଙ୍କ ଠାରୁ ସରକାରୀ ଜମି କିଣି ଥିବା ଲୋକ କିପରି ନିଜ ଟଙ୍କା ଫେରସ୍ତ ପାଇବ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି l ବର୍ତ୍ତମାନ ଜମି ମାଫିଆ ବେଆଇନ୍ ଭାବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅର୍ଜନ କରି ବିଳାସମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚାର ବିଷୟ ପାଲଟିଛି l ତେବେ ଏହି ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ମିଳିତ ନାଗରିକ କମିଟି ଓ ଗଣ ମାଧ୍ୟମ ପ୍ରଶ୍ନ ଉଠାଇ ଆସୁଥିଲା ଜମିହୀନଙ୍କ ତରଫରୁ ବରମ୍ବାର ଦାବି ମଧ୍ୟ ହୋଇ ଆସୁଥିଲା କିନ୍ତୁ ସ୍ଥାନୀୟ ତହସିଲଦାର ଉଚ୍ଚିତ ପଦକ୍ଷପ ଗ୍ରହଣ କରୁନଥିଲେ l କିନ୍ତୁ ଆଜି ତହସିଲଦାରଙ୍କ ପକ୍ଷରୁ ଏହି ଜବର ଦଖଲ ପ୍ରକିୟା ଆରମ୍ଭ ହୋଇଥିବା ଯୋଗୁ ଭୂମି ହୀନ ଓ ଗୃହହୀନ ବ୍ଯକ୍ତି ଖୁସି ବ୍ଯକ୍ତ କରିଛନ୍ତି I ମିଳିତ ନାଗରିକ କମିଟିର ସଭାପତି ଡ ଅରୂପ ଜେନାଙ୍କ ସମେତ ବିଭିନ୍ନ କମିଟି ଏବଂ ସଂଗଠନ ପକ୍ଷରୁ ତହସିଲଦାରଙ୍କ ପ୍ରସଂଶା କରାଯାଇଛି I ଖୁବ ଶୀଘ୍ର ଜବର ଦଖଲ ଉଛେଦ କରି ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବାକୁ ଦାବୀ ଉଠିଛି l ଏହି କାର୍ଯ୍ୟକ୍ରମରେ ଆରଆଇ ରୁନୁମା ମଲିକ, ଅମିନ ରମେସ କୁମାର ନାୟକ, ଉପସ୍ଥିତ ରହି ଥିଲେ I

Related news

Skip to toolbar