କନ୍ଧମାଳ ସନ୍ତାନ

Breaking News

ଜମି ମାଫିଆଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ I ଏହି ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ଜମିରେ ସରକାରୀ କର୍ମଚାରୀ ଓ ପ୍ରଭାବଶାଳୀ ବ୍ୟକ୍ତି ଜବର ଦଖଲ କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି I କେବଳ ଏତିକି ନୁହେଁ ଜମି ମାଫିଆ ଏକର ଏକର ଜମି ଦଖଲ କରି ଚଢା ଦରରେ ବିକ୍ରି କରି ଲାଭବାନ ହେଉ ଥିବା ନେଇ ଖବର କାଗଜ ଲଗାତାର ଖବର ପ୍ରକାଶ ପାଇ ଥିଲା I ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରିଆସୁଥିଲେ l ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ l ପ୍ରଶାସନର ନିର୍ଦ୍ଧେଶ କ୍ରମେ ବାଲିଗୁଡ଼ା ତହସିଲଦାର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଯାହାକୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି l
ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ପାଳ ଡଃ ବୃନ୍ଦା ଡି ଙ୍କ ନିର୍ଦେଶ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ରକ ପରାମର୍ଶ ଅନୁଯାୟୀ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ଜବରଦଖଲ କାର୍ଯ୍ୟ ଆରମ୍ଭ କରିଛନ୍ତି I ବାଲିଗୁଡ଼ା ଏନ୍ଏସି 5 ୱାର୍ଡ଼ କଟାରି ସାହିରେ 200 ଆର୍ ଅର୍ଥାତ୍ ଅଧ ଏକର ସରକାରୀ ଜମିରେ ପାଟଖଣ୍ଡା ସାହିର ଜଣେ ବ୍ଯକ୍ତି ଜବର ଦଖଲ କରି ଥିଲେ I ଜବରଦଖଲ ଜମି ଉପରେ ତାର ବାଡ଼ ବାନ୍ଧି ପ୍ଲୋଟିଂ କରି ବିକ୍ରି କରୁଥିବା ଖବର ପାଇ ସ୍ଥାନୀୟ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ଜମି ମାପ କରିବାର ପରେ ଜବର ଦଖଲ ହଟାଇବା ସହ ସେଠାରେ ପ୍ରବେଶ ନିଷେଧ ବୋର୍ଡ ମରା ଯାଇ ବାହାର ଲୋକ ପ୍ରବେଶ ନିଷେଧ ବୋଲି ଉଲେଖ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି l ଏହା ସହ 2 ୱାର୍ଡ଼ ଡୁମୁଡ଼ିସାହି ପରିଦର୍ଶନ କରି ଥିଲେ l ସେଠାରେ ଜବର ଦଖଲ ବିଷୟରେ ଆଲୋଚନା କରିଥିଲେ l ଖୁବ୍ ଶୀଘ୍ର ସମସ୍ତ ସରକାରୀ ଜମିରେ କବଜା କରି ଥିବା ବ୍ଯକ୍ତିଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯୋଗ୍ୟ ଲୋକଙ୍କୁ ଘର ପଟା ବଣ୍ଟନ କରାଯିବା ବୋଲି ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ l ଏହି ଜବର ଦଖଲ ଉଚ୍ଛେଦରେ ବାଲିଗୁଡ଼ା ପୁଲିସ ସହ ଆର୍ ଆଇ ରୁନୁମା ମଲିକ, ସୁପର୍ ଭାଇଜର ରମେଶ ଚନ୍ଦ୍ର ବେହେରl, ଅମିନ ଗୌତମ ସିଦ୍ଧାର୍ଥ ପଟନାୟକ, ଉପସ୍ଥିତ ରହି ଥିଲେ I ଆଗାମୀ ଦିନରେ ବାଲିଗୁଡା ମୌଜାର ସରକାରୀ ଜମି ଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ଉଛେଦ ପ୍ରକ୍ରିୟା ଚାଲୁରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି l
ତହସିଲଦାରଙ୍କ ଜବର ଦଖଲ ପଦକ୍ଷେପରେ ଭୟବିତ ହୋଇଛନ୍ତି ଜମି ମାଫିଆ I ଏହି ପଦକ୍ଷେପକୁ ମିଳିତ ନାଗରିକ କମିଟି ସ୍ୱାଗତ ଜଣାଇଛି l

Related news

Skip to toolbar