କନ୍ଧମାଳ ସନ୍ତାନ

Breaking News

ମୌଳିକ ସୁବିଧା ପାଇବାରୁ ବଞ୍ଚିତ ରାଣୀଙ୍ଗପାଙ୍ଗା ଗ୍ରାମପଞ୍ଚାୟତ: ଗ୍ରାମ ପଞ୍ଚାୟତରେ ନାହିଁ ମୋବାଇଲ ସେବା, ଶୁଦ୍ଧ ପାନୀୟ ଜଳ, ଏଏନଏମ କେନ୍ଦ୍ର, ଆରଆଇ କାର୍ଯ୍ୟଳୟ, ଡାକ ଘର ; ରାଣୀଙ୍ଗପାଙ୍ଗା ଠାରୁ ପକାରୀ, ମୁଣ୍ଡାପାଙ୍ଗା ଠାରୁ ଝିମାବାଡ଼ି, ବତାଡ଼ି ଠାରୁ କୁଲେଡ଼ି, କହେନପାଟା ଠାରୁ ଗହିଗୁଡ଼ାକୁ ରାସ୍ତା ସଂଯୋଗ ପାଇଁ ଦାବୀ କଲେ ଅଞ୍ଚଳ ବାସୀ I

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ I ଏହି ବ୍ଲକ ଅଧୀନରେ ରହି ଅଛି ରାଣୀଙ୍ଗ ପାଙ୍ଗା ଗ୍ରାମ ପଞ୍ଚାୟତ I ରାଣୀଙ୍ଗପାଙ୍ଗା ପାଙ୍ଗା ଗ୍ରାମ ପଞ୍ଚାୟତ ୧୧ଟି ୱାର୍ଡର ୩୦୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟାକୁ ନେଇ ଗଠିତ I କିନ୍ତୁ ଆଜି ପର୍ଯ୍ୟନ୍ତ ରାଣୀଙ୍ଗପାଙ୍ଗା ଗ୍ରାମ ପଞ୍ଚାୟତବାସୀ ମୋବାଇଲ ସେବା, ସ୍ୱାସ୍ଥ୍ୟ ସେବା,ସୁଦ୍ଧା ପାନୀୟ ଜଳ ଯୋଗାଣ ସେବା ସହ ଅନେକ ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇ ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I ମୋବାଇଲ ସେବା ନ ଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେବା ସହ ଅଞ୍ଚଳ ବାସୀ ଅନେକ ସମୟରୁ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉ ଥିବା ସରପଞ୍ଚ ଜହନ ପ୍ରଧାନ ସୂଚନା ଦେଇ ଛନ୍ତି I ଜରୁରୀ ସେବା ପାଇବାକୁ ହେଲେ ଅଂଚଳ ବାସୀ ଦାରିଙ୍ଗବାଡ଼ି କିମ୍ବା ସୁବର୍ଣ୍ଣ ଗିରିକୁ ଦୀର୍ଘ ୨୦କିମିରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଫୋନ ସେବା ପାଇବା ପାଇଁ ଯାଉ ଥିବା କରିଛନ୍ତି I ଏହା ସହ ରାଣୀଙ୍ଗପାଙ୍ଗା ଠାରୁ ପକାରୀ(୭କିମି), ମୁଣ୍ଡାପାଙ୍ଗା ଠାରୁ ଝିମାବାଡ଼ି(୧୫କିମି), ବାତାଡ଼ି ଠାରୁ କୁଲେଡ଼ି(୫କିମି), କହେନପାଟା ଠାରୁ ଗହିଗୁଡ଼ା(୫କିମି)କୁ ରାସ୍ତା ସଂଯୋଗ ପାଇଁ ଅନେକ ଦିନ ହେବ ଦାବୀ ହୋଇ ଆସୁଛି I କିନ୍ତୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଦାବୀକୁ ଗୁରୁତ୍ୱ ଦିଆ ଯାଉନ ଥିବା ଗଇନ୍ଦ ପ୍ରଧାନ, ଡଲେଙ୍ଗା ପ୍ରଧାନ, ସିମ୍ବୁଲା ପ୍ରଧାନ, କେଶବ ପ୍ରଧାନ ପ୍ରକାଶ କରିଛନ୍ତି I ଯଥାସମ୍ଭବ ରାଣୀଙ୍ଗ ପାଙ୍ଗା ଗ୍ରାମପଞ୍ଚାୟତ ବାସୀଙ୍କୁ ମୋବାଇଲ ସେବା, ସ୍ୱାସ୍ଥ୍ୟ ସେବା, ଗମନାଗମନ ସେବା ସହ ଆନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦେବା ପାଇଁ ଜଳ ପ୍ରଧାନ, ଜେମ୍ସ ପ୍ରଧାନ, ଆମରଜିତ ପ୍ରଧାନ, କେଶବ ପ୍ରଧାନ ଦାବୀ କରିଛନ୍ତି I ଯଦି ପ୍ରଶାସନ ଅଞ୍ଚଳବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବ୍ଲେସୀ ସ୍ୱୟଂ ସହାୟିକା ଗୋଷ୍ଠୀ, ନବଜ୍ୟୋତି ସ୍ୱୟଂ ସହାୟିକା ଗୋଷ୍ଠୀ, ଲୋଭଲି ସ୍ୱୟଂ ସହାୟିକା ଗୋଷ୍ଠୀ, ଯିହୋବାଯିରୀ ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ସୁଷମା ମଲିକ, ନିଳାତି ପ୍ରଧାନ, ମନିତା ପ୍ରଧାନ, ବୈଜନ୍ତି ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି I ଏହି ଘଟଣା ସମ୍ପର୍କରେ ରାଣୀଙ୍ଗପାଙ୍ଗା ଗ୍ରାମ ପାଞ୍ଚାୟତର ସରପଞ୍ଚ ଜହନ ପ୍ରଧାନଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ବାରମ୍ବାର ପ୍ରଶାସନ କୁ ଲିଖିତ ଭାବରେ ଜଣାଇ ଦିଆଯାଇଛି I କିନ୍ତୁ ପ୍ରଶାସନ ରାଣୀଙ୍ଗପାଙ୍ଗା ଗ୍ରାମପାଞ୍ଚାୟତବାସୀଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ସରପଞ୍ଚ ପ୍ରତିକ୍ରିୟା ଦେଇ ଛନ୍ତି I ଏହା ସହ ଯଥା ସମ୍ଭବ ରାଣୀଙ୍ଗପାଙ୍ଗା ଗ୍ରାମପଞ୍ଚାୟତ ବାସୀଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ସରପଞ୍ଚ ଜୋହାନ ପ୍ରଧାନ ଦାବୀ କରିଛନ୍ତି I

Related news

Skip to toolbar