କନ୍ଧମାଳ ସନ୍ତାନ

Breaking News

୫୮ତମ ଗୃହରକ୍ଷୀ ଦିବସ ପାଳିତ, ଗୃହରକ୍ଷୀ ସଂଘ ତରଫରୁ ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ରିଝର୍ବ ପୁଲିସ ପଡ଼ିଆ ଠାରେ ୫୮ ତମ ଗୃହରକ୍ଷୀ ଦିବସ ପାଳନ ହେଇଯାଇଛି I ଏହି ଅବସରରେ କନ୍ଧମାଳ ଗୃହରକ୍ଷୀ ସଂଘ ତରଫରୁ କରୋନା ମହାମାରୀର ସରକାରୀ ଗାଇଡଲାଇନକୁ ପାଳନ କରି ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି I ଗୃହରକ୍ଷୀ ଦିବସରେ କୋରନା ମହାମାରୀ ଗାଇଡଲାଇନ ନିୟମକୁ ମାନି କୈଣସି ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ ଓ ନିରାମ୍ବର ନକରି ଅତି ସୁନ୍ଦର ଭାବେ ପାଳନ କରାଯାଇଛି I ରିଜର୍ଭ ପୋଲିସ୍ ପଡ଼ିଆଠାରେ ଉପରିସ୍ଥ ଅଧିକାରୀଙ୍କ ଆଦେଶ ପ୍ରକାରେ ପେରେଡ଼ ଅନୁଷ୍ଠିତ କରିଥିଲେ I କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ ସ୍ୱଛ ଭାରତ ଅଭିଯାନ ଏବଂ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା ନାରାୟଣିଙ୍କ ମନ୍ଦିର ପାଖ ଶୈବପୀଠରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ପ୍ରଭାତ କୁମାର ସାହାଣୀ ଙ୍କ ତତ୍ବାଧନାରେ ଅନୁଷ୍ଠିତ କରାଯାଇଥିଲା I ଏଥିରେ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘର ସମସ୍ତ କର୍ମକର୍ତ୍ତା ଓ ଆଡ଼ଭାଇଜର୍ କୁନା ଦିଗାଲଙ୍କ ସହିତ ମିଲନ କହଁର, ଅଶୋକ ମହାନ୍ତି, ପୂର୍ବତନ ଗୃହରକ୍ଷୀ କମ୍ପାନୀ କମାଣ୍ଡର ଓ ସମାଜସେବୀ ତଥା ରାଷ୍ଟ୍ରପତି ପୁରସ୍କୃତ ପାଇଥିବା ବିଭୁତିଭୂଷଣ ପଣ୍ଡା,ଉପସଭାପତି ବିରାଜ କୁମାର ପ୍ରଧାନ,କୋଷାଦକ୍ଷ ଏସକେ ରିହାଜଉଦ୍ଦିନ, ସମ୍ପାଦକ ତପନ କୁମାର ମିଶ୍ର,ସହ-ସମ୍ପାଦକ ଅମିତ କୁମାର କହଁର ଓ କୁବେର କହଁର ଉପସ୍ତିତ ଥିଲେ I ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାରେ କର୍ଯ୍ୟରତ ଭାଇଭଉଣୀମାନେ କିପରି ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସାଙ୍ଗକୁ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ କିପରି ସୁଦୃଢ଼ ହୋଇ କାର୍ଯ୍ୟ କରିବା ସାଙ୍ଗକୁ ସମସ୍ତ ଗୃହରକ୍ଷୀ ଭାଇଭଉଣୀମାନେ ଉପରିସ୍ତ ଅଧିକାରୀମାନଙ୍କ ଠାରୁ କିପରି ନିର୍ଯାତନା ପାଇବାରୁ ବଞ୍ଚିତ ରହିବେ ସେ ବିଷୟରେ ଆଲୋଚନା କରାଯାଇଥିଲା I ଶେଷରେ ସଂଘ କାର୍ଯ୍ୟକାରି ସଭାପତି ଅଖୟ କୁମାର ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I

Related news

Skip to toolbar