କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରବିବାର ଦିନ ଟିମ୍ ହ୍ୱୁମାନିଟି କନ୍ଧମାଳ ଏବଂ ସଞିବନୀ ପାଥୋଲୋଜି ମିଳିତ ପ୍ରୟାସରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଟିମ୍ ହ୍ୱୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ, ସଞିବନୀ ପାଥୋଲୋଜି ପ୍ରୋପାଇଟର ନିତ୍ଯ ସୁନ୍ଦର ଦାସ, ସ୍ୱେଚ୍ଛାସେବୀ ଜଗନ୍ନାଥ ରଥ ତତ୍ୱାବଧାନରେ ଆୟୋଜିତ ଏହି ଶିବିର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶଦାବ୍ କ୍ୱାଦେରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ରକ୍ତ ଅଭାବ ରୁ କାହାର ଜୀବନ ଚାଲି ନଯାଉ I ଏହି ଲକ୍ଷ ନେଇ ଆୟୋଜନ କରାଯାଇ ଥିବା ଏହି ଶିବିର ରେ ସ୍ୱେଚ୍ଛାକୃତ ଭାବେ ୬୦ ଜଣ ରକ୍ତ ଦାନ ଭଳି ମହତ କାଯ୍ଯ କରିଥିଲେ I ଫୁଲବାଣୀ ରକ୍ତ ଭଣ୍ଡାର ତରଫରୁ
ତୁଷାର କାନ୍ତ ପ୍ରଧାନ, ସରତ ଚନ୍ଦ୍ର ଭଟ,ଦୀନକୃଷ୍ଣ ମହନ୍ତ, ବରୁଣ କୁମାର ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ଟିମ୍ ହ୍ୱୁମାନିଟି ସଦସ୍ଯ ସାଇ ପ୍ରସାଦ ପାଢ଼ୀ, ସସ୍ମିତା ସେଠୀ, ଲମ୍ବୋଦର ରଥ, କଂ ସହିତ ସ୍ୱେଚ୍ଛାସେବୀ ରାଧାକାନ୍ତ ସାହୁ, ହିମାଂଶୁ ଶେଖର ସାହୁ, ଟିକୁ ପ୍ରଧାନ, ଆଶିଷ ପ୍ରଧାନ, ଚିନ୍ମୟ କୁମାର ଜେନା, ବିଭୂତି ପ୍ରସାଦ ପ୍ରଧାନ, ଦେବବ୍ରତ ସାହୁ ପ୍ରମୁଖ ସହଯୋଗ କରିଥିଲେ I