କନ୍ଧମାଳ ସନ୍ତାନ

Breaking News

ଜି.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଜି.ଉଦୟଗିରି ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ୟବସାୟୀ ସଂଙ୍ଘ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି I ଏହି ଦିବସରେ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡଙ୍ଗୀ, ବଟକୃଷ୍ଣ ଦାସ, ପ୍ରତାପ ଚନ୍ଦ୍ର ପାଢୀ, ଅନୀଲ କୁମାର ଦଳବେହେରା, କେ.ଲିଲିମା ରାଓ, ଗଗନ କୁମାର ପ୍ରଧାନ ପ୍ରମୁଖ ଘୁ.ଉଦୟଗିରି ପ୍ରେସ କ୍ଳବର ସଦସ୍ୟ ଉପସ୍ଥିତି ରହି ସାମ୍ବାଦିକ ମାନଙ୍କ ଖବର ପରିବେଷଣରେ କିପରି ଅଙ୍କୁଶ ଲଗାଯାଉ ଥିବା ସମ୍ପର୍କରେ, ସାମ୍ବାଦିକଙ୍କ ସୂରକ୍ଷାା, ସାମ୍ବାଦିକଙ୍କ ବୀମା ଆଦି ସମ୍ପର୍କରେ ଆଲୋଚନା କରାଯିବା ସହ ସମାଜ ପରିବର୍ତ୍ତମାନରେ ଗଣମାଧ୍ୟମର ଭୂମିକା ନିତାନ୍ତ ଗୂରୂତ୍ବପୂର୍ଣ୍ଣ I ଏଥିପାଇଁ ସେମାନଙ୍କ ସୂରକ୍ଷା ପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ବୋଲି ବୈଠକରେ ଗୁରୂତ୍ତ୍ବାରୋପ କରାଯାଇଥିଲା I ପୂର୍ବରୁ କରୋନା ମହାମାରୀରେ ଜୀବନ ହାରିଥିବା କରୋନା ଯୋଦ୍ଧା ସାମ୍ବାଦିକଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ଶେଷରେ ଅନୀଲ କୁମାର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related news

Skip to toolbar