କନ୍ଧମାଳ ସନ୍ତାନ

Breaking News

ବ୍ରାମଣିଗାଁ ପୁଲିସକୁ ଆକ୍ରମଣ ଘଟଣା..ଘଟଣାକୁ ନିନ୍ଦାକରିବା ସହ ଶାନ୍ତି ଫେରାଇ ଆଣିବା ଏବଂ ଜଙ୍ଗଲରେ ଆଶ୍ରୟ ନେଇ ଥିବା ଗ୍ରାମବାସୀଙ୍କୁ ଫେରାଇ ଆଣିବା ପାଇଁ ଦାବୀ କଲେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗତ କୁମାରପୁର୍ଣିମା ଦିନ ବ୍ରାମଣୀଗାଁ ପୁଲିସ ଏବଂ ମେରାମାହା ଗ୍ରାମବାସୀଙ୍କ ମଧ୍ୟରେ ହୋଇ ଥିବା ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ରୁଦା ମଲିକ I ଘଟଣାର ନିରପେକ୍ଷ ତଦନ୍ତ ସହ ଶାନ୍ତି ଫେରାଇ ଆଣିବା ଏବଂ ଗିରଫଦାରୀ ଭୟରେ ଗ୍ରାମ ଛାଡି ଜଙ୍ଗଲରେ ରହୁ ଥିବା ଗ୍ରାମବାସୀଙ୍କୁ ଯଥାସମ୍ଭବ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରଶାସନ ପାଖରେ ଦାବୀ କରିଛନ୍ତି ଅଧକ୍ଷା I ଅନ୍ୟ ପକ୍ଷରେ ମେରାମାହା ଗ୍ରାମବାସୀଙ୍କୁ ଘାରିଛି ପୁଲିସର ଗିରଫଦାରୀ ଭୟ I ଗିରଫଦାରୀ ଭୟରେ ଏବେ ଗ୍ରାମବାସୀ ଜଙ୍ଗଲରେ ଆଶ୍ରୟ ନେଉ ଥିବା ସୂଚନା ମିଳିଛି I ଗ୍ରାମ ଜନଶୂନ୍ୟ I ଘଟଣା ସତ୍ୟା ସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ମେରାମାହା ଗ୍ରାମରେ ପହଞ୍ଚି ଥିଲେ I ମେରାମାହା ଗ୍ରାମରେ କିଛି ମହିଳା ଏବଂ ଶିଶୁ ଥିବାର ଦେଖିବାକୁ ମିଳି ଥିଲା I ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଭବାନୀ ବିଷୋୟୀ(ମହିଳା), ରଞ୍ଜିତା ବିଷୋୟୀ(ମହିଳା), ତିଳତ୍ତୋମା ବିଷୋୟୀ(ମହିଳା), କନ୍ଧୁଣି ବିଷୋୟୀ(ମହିଳା), ମହେଶ୍ୱର ବିଷୋୟୀ ଏବଂ ଦଶରଥ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି ପୁଲିସ I ଘଟଣାର ନିରପେକ୍ଷ ତଦନ୍ତ ସହ କରିବା ନ୍ୟାୟ ପାଇଁ ଗ୍ରାମର କେଶବ ବିଷୋୟୀ, ଶେଷଦେଵ ବିଷୋୟୀ, ଦଣ୍ଡପାଣି ପ୍ରଧାନ, କରୁଣା ବଡ଼ଦଳେଇ, ଶୁଭନାଥ ବଡ଼ଦଳେଇ, ବନବାସ ସାହୁ, ସୁବାଷ ବିଷୋୟୀ ପ୍ରମୁଖ ଦାବୀ କରିଛନ୍ତି I ଗ୍ରାମର ଜଣେ ଗର୍ଭବତୀ ମହିଳା ଗିରଫ ହୋଇ ଥିବାରୁ ତାଙ୍କର ଦୁଇ ଛୋଟ ଶିଶୁ ଭୋକ ଉପାସରେ ରହୁ ଥିବା ମହିଳାଙ୍କ ଶାଶୁ କହିବା ସହ ଜେଲରୁ ମୁକ୍ତ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି I ଚାରି ମହିଳା ଗିରଫ ହେବା ପରେ ତାଙ୍କର ପିଲା ଛୁଆ ବହୁ କଷ୍ଟରେ ରହୁ ଥିବା ଗ୍ରାମ ବାସୀ କହିଛନ୍ତି I ସୂଚନା ଥାଉକି ଗତ ୩୧ ତାରିଖ ରାତ୍ରିରେ ପ୍ରତିଦିନ ଭଳି ପୁଲିସ ପେଟ୍ରୋଲିଂ (Police Patrolling) କରିବା ପାଇଁ ହାତୀମୁଣ୍ଡା ଅଞ୍ଚଳକୁ ଯାଉଥିଲା I ଏହି ସମୟରେ ମେରାମାହା ଗ୍ରାମବାସୀ କୁମାର ପୂର୍ଣ୍ଣିମୀ (Kumar Purnima) ପାଇଁ ଭୋଜି ଭାତ କରିବା ସହ ଜଣେ ଝିଅ ବଡ କନିଆଁ ହୋଇଥିବାରୁ ଭୋଜି କରି ନାଚଗୀତରେ ମସଗୁଲ ରହିଥିଲେ I ହେଲେ ପୁଲିସ ଜୁଆ ଖେଳ ଚାଲିଥିବା ସନ୍ଦେହ କରି ସେଠାରେ ଅତର୍କିତ ଚଢାଉ କରି ହାତିମୁଣ୍ଡା ଅଞ୍ଚଳ ଅଭିମୁଖେ ଯାଇଥିଲା I ଏଥିରେ ମହିଳା, ଶିଶୁ ଓ ପୁରୁଷ ଆଘାତ ହୋଇଥିଲେ I ହାତିମୁଣ୍ଡା ଅଞ୍ଚଳରୁ ପୁଲିସ ଫେରିବା ସମୟରେ ମେରାମାହା ଗ୍ରାମବାସୀ ଚଢ଼ାଉ ସମ୍ପର୍କରେ ପୁଲିସକୁ ପଚାରି ବୁଝିଥିଲେ I ଏହି ସମୟରେ ପୁଲିସ ଏବଂ ଗ୍ରାମବାସୀ ମଧ୍ୟରେ ଅପ୍ରୀତିକର ଘଟଣା ଘଟିଥିବା କେଶବ ବିଷୋୟୀ କହିଛନ୍ତି I ପୁଲିସ ଭୟରେ ଗାଡି ଛାଡି ପ୍ରାଣବିକଳରେ ଦୌଡି ପଳାଇ ଆସିଥିଲେ । ଏହି ଆକ୍ରମଣରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଗୁରୁତର ଆହତ ହୋଇଥିବା ବେଳେ ପୁଲିସ ଗାଡିର କାଚ ଭାଙ୍ଗିଯାଇଥିଲା I ରବିବାର ଭୋର ପ୍ରାୟ ୪ଟା ସମୟରେ ପୁଣି ପୁଲିସ ଫୋର୍ସ ମେରାମାହା ଗ୍ରାମରେ ପହଞ୍ଚି ନିରୀହ ମହିଳା ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଗ୍ରାମର ୪ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଗିରଫ କରି ଆଣି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I ସେପଟେ ଭୋର ସକାଳୁ ପୁଲିସର ଏଭଳି ଅତର୍କିତ ଆକ୍ରମଣରେ ଗ୍ରାମର ଅନେକ ମହିଳା ପୁରୁଷ ଆହତ ହେବା ସହ ଭୟରେ ଗାଁ ଛାଡି ଜଙ୍ଗଲକୁ ପଳାଇ ଯାଇଥିଲେ I ଏହି ଘଟଣାକୁ ନେଇ ବାଲିଗୁଡା ଏସଡିପିଓ (Baliguda SDPO) ମାନସ କୁମାର ବାରିକ ଏବଂ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲେ I ପୁଲିସର ଏହି ପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି I ଏହି ଘଟଣାକୁ ନେଇ ଯଥା ଶୀଘ୍ର ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ସୂଚନା ଦେବା ସହ ଗ୍ରାମରେ ଥିବା ଭୟର ବାତାବରଣ ଦୁର କରିବା ସକାଶେ ମଧ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି I

Related news

Skip to toolbar