କନ୍ଧମାଳ ସନ୍ତାନ

Breaking News

ଅଜଣା ଗାଡି ଧକାରେ ଭାଇ ଭଉଣୀ ଆହତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡାକିଆ ଠାରେ ଅଜଣା କାର ଧକ୍କାରେ ଭାଇ ଭଉଣୀ ଗୁରୁତର ଆହତ ହୋଇ ଛନ୍ତି I ଆଜି ସନ୍ଧ୍ୟ ୫ ଟା ସମୟରେ ଘୁ.ଦୟଗିରି ପଟୁ ଯାଉଥିବା ଏକ କାର ମଣ୍ଡାକିଆ ନିକଟ ଆଦର୍ଶ ବିଦ୍ୟାଳୟ ଠାରେ ଏକ ବାଇକକୁ ଧକ୍କା ଦେଇ ଥିଲା I ଏହି ଦୁର୍ଘଟଣାରେ ବାଇକରେ ଯାଉ ଥିବା ଭାଇ ଭଉଣୀ ଗୁରୁତର ହୋଇଥିବା ସୂଚନା ମିଳିଛି I କାର ଧକ୍କା ଦେଇ ଘଟଣା ସ୍ଥାନରୁ ଫେରାର ହୋଇଥିବା ବେଳେ ଆହତଙ୍କୁ ରାଇକିଆ ଦମକଳ ବାହିନୀ ଉଧାର କରି ରାଇକିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲା I

ଆହତ ହୋଇଥିବା ଭାଇ ଭଉଣୀ ମଣ୍ଡାକିଆ ବ୍ଲକ ଅନ୍ତର୍ଗତ କତେଡିକିଆର ବୋଲି ଜଣା ପଡ଼ିଛି I ସେମାନେ ବାଇକରେ ରାଇକିଆରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ରହି ଘଟଣା ଘଟିଥିଲା I

Related news

Skip to toolbar