କନ୍ଧମାଳ ସନ୍ତାନ

Breaking News

ଜୁଆଅଡ୍ଡା ଉପରେ ପୁଲିସର ଚଢ଼ାଉ: ୪୦,୨୦୦ ନଗଦ ଟଙ୍କା ଜବତ ସହ ୭ ଜୁଆଡ଼ି ଗିରଫ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଥିବା ଦଣ୍ଡପାଣି ଲୋଜ ନାମକ ଏକ ଲଡଜ ଉପରେ ଚଢ଼ାଉ କରିଛି I କୌଣସି ସୂତ୍ରରୁ ଜୁଆ ଖେଳ ଚାଲି ଥିବାର ଖବର ପାଇ ପୁଲିସର ଏକ ଦଳ ଅଚାନକ ଚଢ଼ାଉ କରି ଥିଲା I ଏହି ଚଢ଼ାଉ ବେଳେ ପୁଲିସ ନଗଦ ୪୦,୨୦୦ ଟଙ୍କା ସହ ,୭ଟି ମୋବାଇଲ ଫୋନ, ତାସ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିବା ସହ ୭ଜଣ ଜୁଆଡ଼ି ଗିରଫ କରି ଥିବା ଥାନାଧିକାରୀ ସୂଚନା ଦେଇ ଛନ୍ତି I ଘଟଣାକୁ ନେଇ ପୁଲିସ ୮୬/୨୦ରେ ଏକ ମାମଲା ରୁଜୁ କରିଛି I ଏଏସଆଇ ଏସ.ସି. ପ୍ରଧାନ ତଦନ୍ତକାରୀ ଅଫିସର ଭାବେ ଘଟଣାର ତଦନ୍ତ କରୁ ଥିବା ଘୁ.ଉଦୟଗିରି ପୁଲିସ ସୂତ୍ରରୁ ପ୍ରକାଶ I ପୁଲିସର ଏହି ଚଢ଼ାଉ ବର୍ତ୍ତମାନ ଜୁଆଡ଼ି ମାନଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି କରି ଥିବା ସାଧାରଣରେ ମତ ପ୍ରକାଶ ପାଇଛି I

Related news

Skip to toolbar