କନ୍ଧମାଳ ସନ୍ତାନ

Breaking News

ଅଲ୍ଟୋ ଏବଂ ଡିସାୟାର କାର ମୁହାଁମୁହିଁ, ୨ ମୃତ, ୬ ଆହତ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ରାଇପଦା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଅଲ୍ଟୋ ଏବଂ ସ୍ୱିଫ୍ଟ ଡିସାୟାର ମୁହାଁମୁହିଁ ହୋଇଛି I ଦୁର୍ଘଟଣାରେ ଟିକାବାଲି ଅଞ୍ଚଳର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇ ଥିବା ସୂଚନା ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଟିକାବାଲି ଅଞ୍ଚଳର ସ୍ୱିଫ୍ଟ ଡିସାୟାର କାର ଓଡି-୦୨-ଏଡି-୧୯୮୬ ଟିକାବାଲି ଠାରୁ ଘୁ.ଉଦୟଗିରି ଯାଉ ଥିଲା I ସେହିପରି ଓଆର-୧୫ଏଚ-୪୦୧୧ ଅଲ୍ଟୋ ଘୁ.ଉଦୟଗିରି ଠାରୁ ଟିକାବାଲି ଯାଉ ଥିଲା I ଏହି ସମୟରେ ରାଇପଦା ଠାରେ ଦୁଇ କାର ମୁହାଁମୁହିଁ ହେବା ଦ୍ୱାରା ଅଲ୍ଟୋ କାର ଖାତକୁ ଖସି ପଡ଼ି ଥିଲା I ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ଉର୍ଦ୍ଧ୍ଵ ଆହତ ହୋଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ I ଘଟଣା ସ୍ଥଳରେ ଦମକଳ ବହିନୀ ଏବଂ ଆମ୍ବୁଲାନ୍ସ ପହଞ୍ଚି ମୃତ ଦେହ ଏବଂ ଆହତଙ୍କୁ ଘୁ.ଉଦୟଗିରି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା I ଗୁରୁତର ଆହତଙ୍କୁ ଫୁଲବାଣୀ ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I ଖବର ପ୍ରକାଶ ପାଇବ ସୁଦ୍ଧା ମୃତକଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ I ଦୁର୍ଘଟଣାରେ ଆହତ ଏବଂ ମୃତକ ସମସ୍ତେ ଟିକାବାଲି ବ୍ଲକ ଅଞ୍ଚଳର ହୋଇ ଥିବା ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ମିଳିଛି I

Related news

Skip to toolbar