କନ୍ଧମାଳ ସନ୍ତାନ

Breaking News

ଜଳ ଯୋଗାଣ ପୂର୍ବରୁ ଭୁଶୁଡ଼ିଲା ସୌରଟ୍ୟାଙ୍କ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ I ଏହି ବ୍ଲକର କ.ନୂଆଗାଁର ପୁରୁଣା ସାହିରେ ଜନସାଧରଣଙ୍କୁ ଜଳ ଯୋଗାଣ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଦୈନିକ ଦଶ ହଜାର ଲିଟର ବିଶିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିଲା । ଗତକାଲି କାମ ସମ୍ପୂର୍ଣ୍ଣ ହେବାପରେ ଆଜି ଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ମଧ୍ୟରେ ପ୍ରକଳ୍ପଟି ଭୁଶୁଡ଼ି ପଡ଼ିବା ସହ ଟାଙ୍କି ଭାଙ୍ଗି ଚୁରମାର୍ ହୋଇ ଯାଇଥିବା ଦେଖିବାକୁ ମିଳିଛି । ନିକଟରେ ଥିବା ତିନିଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିଛି ବତକ ଛୁଆ ଚାପିହୋଇ ମରିଯାଇଛନ୍ତି । ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ କିଭଳି ଭୁଶୁଡ଼ି ପଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିମ୍ନମାନର କାମହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

Related news

Skip to toolbar