କନ୍ଧମାଳ ସନ୍ତାନ

Breaking News

ତିନିଦିନ ପରେ ନିଖୋଜ ଯୁବକଙ୍କ ଗଳିତଶବ ଉଦ୍ଧାର ଘଟଣା, ପୁଲିସର ହାତ ଖାଲି , ଅଭିଯୁକ୍ତକୁ ଗିରଫ ଦାବିରେ ସାରଙ୍ଗଡ଼ ଥାନା ଘେରାଉ , ଟାୟାର ଜାଳି ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ସାରଙ୍ଗଗଡ଼ରେ ଘଟି ଥିବା ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ର ହତ୍ୟାକାଣ୍ଡ ଘଟଣାରେ ସାରଂଗଡ଼ ଥାନା ପୁଲିସର ଅପାରଗତା ପଦାରେ ପଡ଼ିଛି I ମୃତ ଦେହ ଜବତ ହେବାର ପାଞ୍ଚ ଦିନରୁ ଉର୍ଦ୍ଧ୍ବ ବିତି ଯାଇ ଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି I ଯାହା ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ସାରଙ୍ଗଡ଼ ଥାନା ଘେରାଉ କରବା ସହିତ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି l ଗତ ଚଉଦ ତାରିଖରୁ ନିଖୋଜ ଯୁବକଙ୍କ ଗଳିତଶବକୁ 17 ତାରିଖରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀର ସୁରାକ ଏଯାଏଁ ପାଇନି l ବାହାଡାପଦାର ଏକୋଇସି ବର୍ଷୀୟା କଲେଜ ଛାତ୍ର ଶରଣ ପଞ୍ଜର ନାୟକଙ୍କ ଚଉଦ ତାରିଖ ଦିନ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା I

ଜେଜେମାଙ୍କ ଶବଦାହ କରିବାକୁ ଯାଇ ସେ ଆଉ ଘରକୁ ଫେରିନ ଥିଲେ I ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ମିଳିନଥିଲା I ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ I ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାଷୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ I ଏହା ସହ କଲୋନୀ ସାହିର ଜଣେ ବ୍ୟକ୍ତିଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ l ପରିବାର ଲୋକ ହତ୍ୟାକାଣ୍ଡ ପ୍ରେମ ଜନିତ ହୋଇ ଥିବା ପରିବାର ଅଭିଯୋଗ କରିଛନ୍ତି I

ଏହି ମୃତ୍ୟୁ ପାଇଁ ପ୍ରେମିକାଙ୍କ ପରିବାରଙ୍କୁ ଦାୟୀ କରିଥିଲେ ପରିବାର l ପୁଲିସ ଏତେଲା କ୍ରମେ ପ୍ରେମିକାର ପରିବାରକୁ ଥାନାରେ ପଚର ଉଚରା ପାଇଁ ଆଣି ଗତକାଲି ଛାଡି ଦେଇଛି I ଏଥିରେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆଜି ଥାନାକୁ ଘେରାଉ ଓ ଟାୟାର ଜାଳି ରାସ୍ତା ଅବରୋଧ କାରାଯାଇଛି I ସାରଙ୍ଗଡ଼ରେ ଉତ୍ତେଜନା ପ୍ରକାଶ ପାଇଛି ଘଟଣା ସ୍ଥଳରେ କୌଣସି ଉଚ୍ଚ ସ୍ତରୀୟ ଅଧିକାରୀ ପହଂଚି ନ ଥିବା ଜଣାପଡିଛି l ରାସ୍ତା ବନ୍ଦ ଥିବାରୁ ବାଲିଗୁଡା ରୁ ଫୁଲବାଣୀକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି I ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ରାସ୍ତା ରୋକ ଏବଂ ଥାନା ଘେରାଉ ଜାରୀ ରହି ଥିଲା I

Related news

Skip to toolbar