କନ୍ଧମାଳ ସନ୍ତାନ

Breaking News

ଆମ ଗୁହାରି ଶୁଣ ସରକାର, ଆମକୁ ଚାଲିବା ପାଇଁ ରାସ୍ତା ଖଣ୍ଡିଏ ଏବଂ ପିଇବା ପାଇଁ ପାଣି ଯୋଗାଅ…

କନ୍ଧମାଳ ସନ୍ତାନ(ବ୍ୟୁର): ଆମ ଗୁହାରି ଶୁଣ ସରକାର I ଆମକୁ ଚାଲିବା ପାଇଁ ରାସ୍ତା ଖଣ୍ଡିଏ ଏବଂ ପିଇବା ପାଇଁ ବୁନ୍ଦାଏ ପିବା ପାଣି ଯୋଗାଅ I ଏହିପରି ଗୁହାରି କରିଛନ୍ତି ରାଇକିଆ ବ୍ଲକ ସୁଗଡ଼ ବାଡ଼ି ଗ୍ରାମପାୟତର ରାଡ଼ାବାଲି ଗ୍ରାମ ବାସୀ I ଆଜି ବି ମୌଳିକ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ I ଏହି ପରି ଅନେକ ଗ୍ରାମ ଅଛି ଯେଉଁ ଗ୍ରାମକୁ କି ବର୍ତ୍ତମାନ ସୁଦ୍ଧା ଗମନାଗମନ ପାଇଁ ରାସ୍ତାଟିଏ ନାହିଁକି ମୋବାଇଲ ସେବା ନାହିଁ I ଯାହା ପାଇଁ ସରକାରୀ ଯୋଜନା ଏହି ଅଞ୍ଚଳ ବାସୀଙ୍କ ପାଇଁ ପ୍ରହସନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

ସରକାର କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଘାଟ, ଡିଜିଟାଲ ସେବା, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ସେବା ଏବଂ ଶିକ୍ଷା ଇତ୍ୟାଦି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଂଚଳରେ ପହଞ୍ଚାଇବା ପାଇଁ ଯୋଜନା କରୁଛନ୍ତି I କିନ୍ତୁ ତାହା ଠିକ ଭାବରେ ଜନସାଧରଣଙ୍କ ପାଖରେ ପହଞ୍ଚି ପାରୁନ ଥିବା ଘଟଣା ପ୍ରତ୍ୟକ ଦିନ ପଦାକୁ ଆସୁଛି I କେବଳ ଏତିକି ନୁହେଁ ଜନସାଧରଣଙ୍କୁ ସେବା ପ୍ରଦାନ ପାଇଁ ନିୟୋଜିତ ସରକାରୀ ବାବୁ ଏବଂ ଜନସାଧରଣଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କ ପାଦ ଏହି ଅଂଚଳରେ ପଡ଼ିନ ଥିବା ଅଞ୍ଚଳ ବାସୀ ସୂଚନା ଦେଇଛନ୍ତି I ଯାହାର ଏକ ନଗ୍ନ ଚିତ୍ର ରାଇକିଆ ବ୍ଲକ ସୁଗଡ଼ ବାଡ଼ି ଗ୍ରାମପଞ୍ଚାୟତର ରାଡ଼ାବାଲି ଗ୍ରାମରେ ଦେଖିବାକୁ ମିଳିଛି I ଗ୍ରାମର ସମସ୍ୟା ସମ୍ପର୍କରେ ଗୋଷ୍ଠିଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧକ୍ଷାଙ୍କ ଫୋନ ଯୋଗେ ମତାମତ ଗ୍ରହଣ କରି ଥିଲୁ I କିନ୍ତୁ ମତାମତ ରେ କୌଣସି ତାଳମେଳ ନ ଥିଲା I ଯାହାକି ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଏବଂ ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାର ଇଛା ଶକ୍ତିକୁ ପଦାରେ ପକାଇ ଦେଇଛି I
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡ଼ବାଡ଼ି ଗ୍ରାମପଞ୍ଚାୟତର ରାଡ଼ାବାଲି ଗ୍ରାମ I ଏହା ଏକ ରେଭେନ୍ୟୁ ଗ୍ରାମ I ଯାହାକି ୫ ନମ୍ବର ୱାର୍ଡ I ଏହି ଗ୍ରାମରେ ପ୍ରାୟ ୪୦ ପରିବାର ବସବାସ କରନ୍ତି I କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମକୁ ଚାଲିବା ପାଇଁ ରାସ୍ତା ନାହିଁ I ଯାହା ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅର୍ଜନରେ ବାଧକ ସହ ରୋଗୀ ଏବଂ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଅସମ୍ଭବ ହୋଇ ପଡିଛି I ଖବର ପାଇବା ପରେ ଆମ ପ୍ରତିନିଧି ରାଡ଼ାବାଲି ଗ୍ରାମରେ ପହଞ୍ଚି ଥିଲେ I ବଡ଼ହାବାଡ଼ି ଠାରୁ ରାଡ଼ାବାଲିକୁ ପାଖାପାଖି ୩କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ I ଏହି ଗ୍ରାମକୁ ଯିବାକୁ ହେଲେ ପାହାଡ଼ ଘାଟି ଦେଇ ଯିବାକୁ ପଡ଼ିଥାଏ I ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସିଙ୍କ ସହ କଥା ହୋଇ ଥିଲୁ ଏବଂ ମତାମତ ଗ୍ରହଣ କରିଥିଲୁ I ଗ୍ରାମର ମୁଖିଆ ହରିଶ୍ଚନ୍ଦ୍ର ନାୟକଙ୍କ କହିବା ଅନୁସାରେ ୧୮୩୫ ମସିହାରୁ ପୂର୍ବଜମାନେ ଆସି ରାଡ଼ାବାଲି ଠାରେ ବସତି ସ୍ଥାପନ କରିଥିଲେ I ଗ୍ରାମର ପିଲା ମାନଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ ଗ୍ରାମରେ ୧୯୯୭-୨୦୧୫ ପର୍ଯ୍ୟନ୍ତ ୟୁପି ସ୍କୁଲ ମଧ୍ୟ ଚାଲି ଥିଲା I ଗ୍ରାମକୁ ରାସ୍ତା ନ ଥିବାରୁ ଶିକ୍ଷକଙ୍କ ଯିବା ଆସିବାରେ ଅସୁବିଧା ହେବାରୁ ବିଦ୍ୟାଳୟ ବନ୍ଦ ହୋଇ ଥିଲା I ଯାହା ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇବାରେ ସମସ୍ୟା ଦେଖା ଦେବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ଅନ୍ୟତ୍ର ଛଡ଼ା ଯାଇଛି I ବହୁତ ବର୍ଷ ପୂର୍ବେ ମାଟି ରାସ୍ତା ବହୁ କଷ୍ଟରେ କିଛିଦୂର ହୋଇ ଥିଲା ତାହା ବର୍ତ୍ତମାନ ନ ଥିବା ସଦୃଶ୍ୟ I ଅଞ୍ଚଳ ବାସୀ ଗରିବ ଖଟିଖିଆ ହୋଇ ଥିବାରୁ ବାହାରେ ରଖି ପାଠ ପଢ଼େଇବା ପାଇଁ କଷ୍ଟ ସାଧ୍ୟ ହେଉ ଥିବା ପ୍ରକାଶ କରିଛନ୍ତି I ବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀ ରାଡ଼ାବାଲି ଗ୍ରାମରେ ରହି ଅଧ୍ୟାୟନ କରୁଛନ୍ତି ସୁଗୁଡ଼ବାଡ଼ି ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରୁଛନ୍ତି I ରାସ୍ତା ନ ଥିବା ଯୋଗୁଁ ରାଡ଼ାବାଲି ଠାରୁ ସୁଗୁଡ଼ବାଡ଼ିକୁ ଯାଇ ଆଧ୍ୟାୟନ କରିବା କଷ୍ଟସାଧ୍ୟ ହେଉ ଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି I ପ୍ରଶାସନର ନୀରବତା ଯୋଗୁଁ ଛାତ୍ରଛାତ୍ରୀଅଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉ ଥିବା ଗ୍ରାମବାସୀ କହିଛନ୍ତି I ବାରମ୍ବାର ଗୁହାରି କରିବା ସତ୍ୱେ ମଧ୍ୟ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନ ଥିବା ଗ୍ରାମର ମହିଳା ରେଣୁକା ନାୟକ କହିଛନ୍ତି I ରାସ୍ତା ନଥିବା ଦ୍ୱାରା ଗ୍ରାମକୁ କୌଣସି ଯାନବାହନ ଚଳାଚଳ କରି ପାରୁନାହିଁ I ଯାହା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ନଳକୂପ କରାଯାଇ ପାରୁନାହିଁ କିମ୍ବା ଆମ୍ବୁଲାନ୍ସ ଯାଇ ପାରୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି I ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଗ୍ରାମବାସୀ ବିଲମାଳ ର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉ ଥିବା କହିଛନ୍ତି I ଏହି ସବୁ ସମସ୍ୟାର ସମାଧାନ ପାଇଁ ଗ୍ରାମକୁ ରାସ୍ତା ତିଆରି କରିବା ସମ୍ପର୍କରେ ଅଞ୍ଚଳ ବାସୀ ପ୍ରଶାସକୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନ ଥିବା ୱାର୍ଡ-୫ର ୱାର୍ଡମେମ୍ବର ପ୍ରେମସିଲା ନାୟକ କହିଛନ୍ତି I ଏହା ସହ ଘଟଣା ସମ୍ପର୍କରେ ରାଇକିଆ ବ୍ଲକ ଅଧକ୍ଷା ମାନିନୀ ପ୍ରଧାନ ଏବଂ ସୁଗୁଡ଼ବାଡ଼ି ସରପଞ୍ଚ ପଙ୍କଜିନି ପ୍ରଧାନଙ୍କ ଫୋନ ଯୋଗେ ମତାମତ ଗ୍ରହଣ କରିଥିଲୁ I ରାଡ଼ାବାଲି ଗ୍ରାମକୁ ରାସ୍ତା ଯାଇ ନାହିଁ ବର୍ତ୍ତମାନ ରାସ୍ତା ତିଆରି ପାଇଁ ଯୋଜନା କରାଯାଇ ଥିବା ଉଭୟେ ମତ ପ୍ରକାଶ କରିଛନ୍ତି I ଆମେ ଗୋଷ୍ଠିଉନ୍ନୟନ ଅଧିକାରୀ ରାଇକିଆଙ୍କ ମଧ୍ୟ ଫୋନ ଯୋଗେ ମତାମତ ଗ୍ରହଣ କରିଥିଲୁ I ରାଡ଼ାବାଲିକୁ ରାସ୍ତା ହୋଇ ଥିବା କହି ଥିଲେ ଏବଂ ସୁଗଡ଼ବାଡ଼ି – କପୁଗୁଟା-ଲୋତେଡ଼ି ଯାହାକି ଦାରିଙ୍ଗବାଡି ବ୍ଲକକୁ ସଂଯୋଗ କରୁ ଥିବା ରାସ୍ତାର କଥା କହି ତରବରିଆ ଭାବେ ଫୋନ କାଟି ଦେଇ ଥିବାରୁ କୌଣସି ସଠିକ ସୂଚନା ମିଳି ପାରିନ ଥିଲା I ଖବର ନେବାପରେ ଜଣା ପଡ଼ିଥିଲା ଯେ ଲୋତେଡ଼ି ଠାରୁ ରାଡ଼ାବାଲିକୁ ତିନି କିମି ରାସ୍ତା ପାହାଡ଼ ଅତିକ୍ରମ କରି ଯିବାକୁ ପଡ଼ି ଥାଏ I ଏହି ରାସ୍ତା ଦେଇ ଯଦି ରାଡ଼ାବାଲି ଗ୍ରାମବାସୀ ପଂଚାୟତକୁ ଆସନ୍ତି ତା ହେଲେ ତିନି କିମି ଘାଟି ସହ ପ୍ରାୟ ୧୦କିମି ରାସ୍ତା ସମୁଦାୟ ୧୨-୧୩କିମି ରାସ୍ତା ଅତିକ୍ରମ କରିବାକୁ ପଡିବ ଯାହାକି ପଦଚଲା ପାଇଁ ମଧ୍ୟ ଉପଯୋଗୀ ରାସ୍ତା ନୁହେଁ ବୋଲି ଗ୍ରାମର ମୁଖିଆ ହରିଶ୍ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି I ଗମନାଗମନର ସମସ୍ୟା ଥିବାରୁ ସେହି ଗ୍ରାମର ଜଣେ ଛାତ୍ରୀ ସ୍ୱାସ୍ଥ୍ୟ ସେବା ପାଇବାର ବଞ୍ଚିତ ହୋଇ ଶଯ୍ୟାଶାୟୀ ଥିବା ଛାତ୍ରୀଙ୍କ ପରିବାର ପ୍ରକାଶ କରିଛନ୍ତି I ତେଣୁ ଯଥା ସମ୍ଭବ ରାଡ଼ାବାଲି ଗ୍ରାମକୁ ରାସ୍ତା ତିଆରି କରି ଗମନାଗମନର ବ୍ୟବସ୍ତା କରିବା ପାଇଁ ଥିଙ୍କ ମାନବାଧିକାର ସଂଗଠନର ସଦସ୍ୟ ସନ୍ତୋଷ ଦିଗାଲ, ଚନ୍ଦନ ନାୟକ ଦାବୀ କରିଛନ୍ତି I ଯଦି ପ୍ରଶାସନ ରାଡ଼ାବାଲି -ବଡ଼ହାବାଡ଼ିକୁ ରାସ୍ତା ସଂଯୋଗ ନ କରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ହରିଶ୍ଚନ୍ଦ୍ର ନାୟକ, ରେଣୁକା ନାୟକ, ଜିଗଣେଶ୍ୱର ପ୍ରଧାନ, ସୁଜିତ ନାୟକ, ସରୋଜ ନାୟକ ଏବଂ ମୋହନ ପ୍ରଧାନଙ୍କ ସହ ଅନ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି I ବଡ଼ହାବାଡ଼ି ଠାରୁ ରାଡ଼ାବାଲି କୁ ପାଖାପାଖି ୩କିମି ରାସ୍ତା ନିର୍ମାଣ ହେଲେ ଛାତ୍ରଛାତ୍ରୀ ସୁଗଡ଼ବାଡ଼ି ବିଦ୍ୟାଳୟ , ରାଇକିଆ ମହାବିଦ୍ୟାଳୟକୁ ଆସି ଶିକ୍ଷା ଅର୍ଜନ କରିବା ସହ ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ସରକାରୀ ସୁବିଧା ପାଇ ପାରିବେ ବୋଲି ମତପ୍ରକାଶ କରିଛନ୍ତି ୱାର୍ଡମେମ୍ବର ପ୍ରେମସିଲା ନାୟକ I

Related news

Skip to toolbar