କନ୍ଧମାଳ ସନ୍ତାନ

Breaking News

ଅସୁରକ୍ଷିତ ଗଦରିଙ୍ଗିଆ ଘାଟି?? ଦୁଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ତାତିଲେ ଅଞ୍ଚଳ ବାସୀ ଏବଂ ରାଜରାସ୍ତା ଅବରୋଧ କଲେ…

କନ୍ଧମାଳ ସନ୍ତାନ (ବ୍ୟୁର): ଦିନକୁ ଦିନ କନ୍ଧମାଳ ଜ଼ିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଛି I ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଂଚଳରେ ପୁଲିସ ପେଟ୍ରୋଲିଙ୍ଗ ଅଭାବରୁ ଚୋରି ଡକାୟତ ପାଶବିକ ଅତ୍ୟାଚାର ଲୁଣ୍ଠନ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ବଢୁଛି l ଚୋରା ମଦ ଓ ଗଂଜେଇ ଚାଲାଣ ବୃଦ୍ଧିପାଇଛି ଏସବୁକୁ ରୋକିବାରେ ପୁଲିସ ବିଫଳ ହୋଇଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି l ଶନିବାର ରାତିରେ ଦୁଇ ଯୁବକ ବାଲିଗୁଡାରୁ କାମସାରି ଘରକୁ ବାଇକ ଯୋଗେ ଫେରୁଥିବା I ଏତିକି ବେଳେ ଡକାୟତମାନେ ଡକାୟତି କରି ଦୁଇ ଯୁବକଙ୍କୁ ଜୀବନରେ ମାରିଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଦୁଇ ମୃତ ଯୁବକ ହେଲେ ସଙ୍କଳ୍ପ ନାୟକ ଓ ତପନ ବେହେରା l ସକାଳୁ ସକାଳୁ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କ ମୃତ ଶବକୁ ଚିହ୍ନଟ କରିଥିଲେ I ଏହା ପରେ ତୁମୁଡିବନ୍ଧରେ ଉତ୍ତେଜନା ପ୍ରକାଶ ପାଇଥିଲା l ସ୍ଥାନୀୟ ପୁଲିସର ସ୍ଥାଣୁତା ଯୋଗୁଁ ଏପରି ଜଘନ୍ୟ ଘଟଣା ଘଟୁଛି I ତେଣୁ ଘାଟିରେ ପେଟ୍ରୋଲିଙ୍ଗ କଡ଼ାକଡ଼ି କରିବା ସହ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ହତ୍ୟାକାରୀଙ୍କୁ ଅତି ଶୀଘ୍ର ଗିରଫ ଦାବୀରେ ତମୁଡ଼ିବନ୍ଧରେ ଜାତୀୟ ରାଜପଥ ଅବରୋଧ କରି ଥିଲେ ଅଞ୍ଚଳବାସୀ I

ଯାହାରି ଫଳରେ ରାୟପୁର ବ୍ରହ୍ମପୁର କୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା I ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତକରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ମେଡିକାଲକୁ ପଠାଇଛି I ଯଥା ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଅଡ଼ି ବସିଥିଲେ l

ଘଟଣା ସ୍ଥଳରେ ବାଲିଗୁଡା,ଏସଡ଼ିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରିଥିଲେ l ପୁଲିସ କେବେ ହତ୍ୟାକାରୀଙ୍କୁ ଧରୁଛି ଓ କେବେ ଗଦାରିଂଆ ଘାଟିରେ ସୁରକ୍ଷାକୁ କଡ଼ାକଡ଼ି କରୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି l

ଏହି ଘଟଣାକୁ ନେଇ ତୁମୁଡିବନ୍ଧ ପୁଲିସ ୭୯/୨୦୨୦ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବା ସହ ଘଟଣାର ତଦନ୍ତ ଚଳାଇ ଥିବା ଥାନାଧିକାରୀ ବାବା ଶଙ୍କର ସରଫ ସୂଚନା ଦେଇଛନ୍ତି I

Related news

Skip to toolbar