କନ୍ଧମାଳ ସନ୍ତାନ(ବ୍ୟୁର): କରନା ମହାମାରୀ ସମୟରେ ସମଗ୍ର ପୃଥିବୀ ଅସ୍ତବ୍ୟସ୍ତ I ଜୀବନ ଜୀବିକା ହରାଉ ଛନ୍ତି ଲକ୍ଷ ଲକ୍ଷ ଜନସାଧରଣ I ଏହି ଆର୍ଥିକ ସ୍ଥିତି ଦୁର୍ବଳ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ଆବିଏଲ ମିଶନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯାଇଛି I ପ୍ରାୟ ୨୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଏବଂ ସିଲେଇ ମେସିନ ସୁକାନ୍ତ କୁମାର ନାୟକ ଏବଂ ଇଣ୍ଡିଆନ ବାଇବଲ ଲିଟରେଚାର ଚେନ୍ନାଇ ଭୁଲ୍ୟୁଣ୍ଟର ଆକ୍ସନ କନ୍ଧମାଳ ଜିଲ୍ଲା ପରିଚାଳକ ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ବଣ୍ଟନ କରାଯାଇ ଥିଲା I ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସ୍ଥାନୀୟ ବିଧାୟକ ବାଲିଗୁଡା ଚକ୍ରମଣି କହ୍ନର ଏବଂ ବାଲିଗୁଡା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ଶ୍ରୀ ଲୁକନାଥ ପାଢ଼ୀ ଯୋଗ ଦେଇଥିଲେ I ଏହି ମହାନ କାର୍ଯ୍ୟକୁ ସ୍ଥାନୀୟ ବିଧାୟକ ପ୍ରସଂଶା କରିବା ସହ ସ୍ବେଛାସେବୀ ସଙ୍ଗଠନକୁ ଧନ୍ୟବାଦ ଜଣାଇଛନ୍ତି I