କନ୍ଧମାଳ ସନ୍ତାନ

Breaking News

ସହକାରୀ ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ଉପବିଭାଜନ କାର୍ଯ୍ୟାଳୟରୁ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରୁ ଜଣେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଉଦ୍ଧାର କରାଯାଇଛି I ମୃତ ପିଅନ ଜଣକ ହେଲେ ଗଂଜାମ ଜିଲ୍ଲା ବ୍ରହ୍ମପୁର ଥାନା ଆଙ୍କଲିର ସନ୍ତୋଷ ପ୍ରଧାନ(୩୩) ହୋଇ ଥିବା ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I
ସୁଚନା ମୁତାବକ ମୃତ ବ୍ୟକ୍ତି ଜଣକ ଏକୁଟିଆ କାର୍ଯ୍ୟାଳୟରେ ରହୁଥିଲେ I ହଠାତ ଆଜି ସକାଳ ସମୟରେ ସନ୍ତୋଷ ପ୍ରଧାନଙ୍କ ମୃତ ଦେହ କାର୍ଯ୍ୟାଳୟ ଭିତରେ ଝୁଲୁ ଥିବାର ଦେଖି କ୍ଷୁଦ୍ର ଜଳସେଚନ ଏସଡିଓ ପୁଲିସକୁ ଜଣାଇ ଥିଲେ I ଖବର ପାଇ ଘୁ.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ୬/୨୦ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ହେଲେ ସନ୍ତୋଷ ପ୍ରଧାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I

Related news

Skip to toolbar