କନ୍ଧମାଳ ସନ୍ତାନ

Breaking News

ପାରମ୍ପରିକ ଲୋକକଳା ସଂସ୍କୃତି ସଂଘ ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଚାରି ଦଫା ଦାବୀ ପତ୍ର ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ପାରମ୍ପରିକ ଲୋକକଳା ଓ ସଂସ୍କୃତି ସଂଘ ପକ୍ଷରୁ ଜ଼ିଲ୍ଲା ଉପସଭାପତି ଅକ୍ଷୟ କୁମାର କର୍ଣଙ୍କ ନେତୃତ୍ୱରେ କୋଣଅନୁକୋଣରୁ ବହୁ ବରିଷ୍ଠ କଳାକାର ଓ ସମସ୍ତ ବ୍ଲକର ଉପ ସଭାପତି ଯୋଗଦେଇ ଜ଼ିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଞ୍ଜନ କୁମାର ବାରିକଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ବିଶ୍ୱ ମହାମାରୀ କୋରନା ଯୋଗୁଁ ସଂସ୍କୃତିକ କାର୍ଯ୍ୟକ୍ରମ ଓ ସରକାର ଙ୍କ କଳାକାରଙ୍କୁ ଦିଆଯାଉଥିବା ସଚେତନତା କାର୍ଯ୍ୟକ୍ରମ ଦୀର୍ଘ ୭ ମାସହେବ ବନ୍ଦ ଥିବାରୁ କଳାକାର ଜୀବିକା ହରାଇ ବସିଛନ୍ତି କଳାକାର କାମ ଧନ୍ଦା ନପାଇ ଲୋକ ଦୁର୍ଦଶା ଭୋଗୁଥିବାରୁ କଳାକାରଙ୍କୁ କାମ ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିବେଦନ କରାଯାଇଥିଲା l ଗଞ୍ଜାମ ଜ଼ିଲ୍ଲା ଭଳି କନ୍ଧମାଳ ଜ଼ିଲ୍ଲାରେ କଳାକାରଙ୍କୁ କାମ ଅତିଶୀଘ୍ର ଯୋଗାଇ ଦେବା l ଜ଼ିଲ୍ଲାରେ କାର୍ଯ୍ୟରତ ଜ଼ିଲ୍ଲା ଉପ ସଭାପତି ଓ ବ୍ଲକ ଉପ ସଭାପତି ମାନଙ୍କୁ ସ୍ୱୀକୃତି ପ୍ରଦାନ l କୋରନା ସମୟରେ ଆର୍ଥିକ ଅନାଟନରେ ଜୀବନ ବିତାଉଥିବା କଳାକାରଙ୍କୁ ସହାୟତା ପ୍ରଦାନ ଏବଂ ଆବେଦନ କରିଥିବା ବରିଷ୍ଠ କଳାକାରଙ୍କୁ ଯୋଗ୍ୟତା ଭିତ୍ତିରେ ଭତ୍ତା ପ୍ରଦାନ ପ୍ରମୁଖ ଦାବୀ ରହିଥିଲା l ସର୍ବ ସମ୍ମତି କ୍ରମେ ଜ଼ିଲ୍ଲା କଳା ଓ ସଂସ୍କୃତି ସଂଘର ଜ଼ିଲ୍ଲା ଉପ ସଭାପତି ଓ ବ୍ଲକ ଉପ ସଭାପତିଙ୍କ ଚୟନ ତାଲିକା ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଜ଼ିଲ୍ଲା ଉପସଭାପତି ଅକ୍ଷୟ କର୍ଣ ଓ ରାଇକିଆ ବ୍ଲକ ଉପ ସଭାପତି ସୁକାନ୍ତ ନାୟକ, ବାଲିଗୁଡା ବ୍ଲକ ଓ ଏନ ଏ ସି ପାଇଁ ପ୍ରମୋଦ କୁମାର ଦଣ୍ଡସେନା, କ.ନୂଆଗାଁ ବ୍ଲକର ତ୍ରିନାଥ ପଣ୍ଡା, କୋଟଗଡ ର ରବୀନ୍ଦ୍ର ପ୍ରଧାନ, ଫୁଲବାଣୀ ବ୍ଲକ ରମେଶ ଚନ୍ଦ୍ର ସାହୁ, ଖଜୁରୀପଡା ସରୋଜ କୁମାର ସାହୁ, ଚକାପାଦ ବ୍ଲକ ର ପ୍ରଭାକର ନାୟକ,ଦାରିଙ୍ଗବାଡି ବ୍ଲକର ଗୋଲକ ମଳିକ ଉଦୟଗିରି ବ୍ଲକ ଜୁନୁସ ପରିଛା,ଟିକାବାଲି ବ୍ଲକର ସତପଥି ପ୍ରଧାନ ନାରାୟଣ ଦଣ୍ଡସେନା ବରିଷ୍ଠ କଳାକାର ଅଚ୍ୟୁତ ବେହେରା ପ୍ରାଣବନ୍ଧୁ ସାହାଣୀ ମଧୁ ସୁଦନ ସାହାଣୀ ଯୁଧିଷ୍ଠିର ପାତ୍ର ଓ ପୁରୁଷୋତ୍ତମ ନାୟକ ବିଜୟ ଆମାୟତ ପ୍ରମୁଖ ଉପସ୍ଥିତ ଥିଲେ l

Related news

Skip to toolbar