କନ୍ଧମାଳ ସନ୍ତାନ

Breaking News

ଦୋକାନ ଗୃହ ବଣ୍ଟନରେ ଆନିୟମିତତା ଅଭିଯୋଗ, ଗୋଷ୍ଠିଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଧାୟକଙ୍କୁ ଗୁହାରି କଲେ ଦୋକାନୀ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ଭିତରେ ଦୋକାନ ଗୃହ ନିର୍ମାଣ କଲା କିଏ??? ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ନାହିଁ ସୂଚନା I

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୋକାନ ଗୃହ ନିର୍ମାଣ ଏବଂ ବଣ୍ଟନରେ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି I ଏହି ଘଟଣାକୁ ନେଇ ସ୍ଥାନୀୟ ଦୋକାନୀ ଗୋଷ୍ଠିଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଧାୟକଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି I ଦୋକାନ ଗୃହ କିଏ କଲା?? ଦୋକାନ ଗୃହ କାହା ପାଇଁ ହେଲା ?? ଏବଂ ଗୃହ କିଏ ପାଇଲେ ??? ଏହି ପ୍ରଶ୍ନ ଏବେ ଉଚ୍ଛେଦ ହୋଇ ଥିବା ଦୋକାନୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଉଙ୍କି ମାରୁଛି I ଏହି ସବୁ ପ୍ରଶ୍ନର ଉତ୍ତର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଖରେ ମଧ୍ୟ ସୂଚନା ନ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି Iସୂଚନା ମୁତାବକ ୨୦୧୦ ମସିହାରେ ଘୁ.ଉଦୟଗିରି ମୁଖ୍ୟ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପ୍ରଶାସନ ଭେଟନାରୀ, ଏଟିଏମ ଛକ ଏବଂ ଅନ୍ୟ ସ୍ଥାନରେ ଥିବା ପାଖାପାଖି ୧୬ଟି ଦୋକାନ ଗୃହକୁ ଉଚ୍ଛେଦ କରି ଅନ୍ୟତ୍ର ଦୋକାନ ଗୃହ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇ ଥିଲେ I ପ୍ରଶାସନ ଉପରେ ଭରସା କରି ଦୋକାନୀ ରାଜୀ ହୋଇ ଥିଲେ I ଦୋକାନ ଗୃହ ଉଚ୍ଛେଦ ହେବାର ବର୍ଷ ବର୍ଷ ପରେ ବାରମ୍ବାର ଦାବୀ ସତ୍ତ୍ୱେ ମଧ୍ୟ ଦୋକାନୀ ଗୃହ ପାଇ ନ ଥିଲେ I ହେଲେ କିଛି ଦିନ ହେବ ଭେଟନାରି ଠାରେ ବ୍ଲକ ପକ୍ଷରୁ ନୂତନ ଦୋକାନ ଗୃହ ନିର୍ମାଣ କରାଯାଇ ବିନା ସର୍ବସାଧାରଣଙ୍କ ଅବଗତରେ ବଣ୍ଟନ କରାଯାଇ ଥିବା ଦୋକାନୀ ମନୋଜ କୁମାର ବେହେରା ଅଭିଯୋଗ କରିଛନ୍ତି I ଏହି ଦୋକାନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ହୋଇ ଥିଲେ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦକୁ କୌଣସି ସୂଚନା ଦିଆଯାଇ ନ ଥିବା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି I ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କି ପରି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳରେ ବିନା ସୂଚନାରେ ଦୋକାନ ଗୃହ ନିର୍ମାଣ କରାଗଲା ବୋଲି ଦୋକାନୀ ଏବଂ ସ୍ଥାନୀୟ ବାସୀନ୍ଧା ମତ ପ୍ରକାଶ କରିଛନ୍ତି I ଦୋକାନ ଗୃହ ରାତି ଅଧିଆ ବଣ୍ଟନ କରାଯାଇ ଥିବା ଦୋକାନୀ ମତ ପ୍ରକାଶ କରିବା ସହ ଯୋଗ୍ୟ ଦୋକାନୀଙ୍କୁ ଗୃହ ପ୍ରଦାନ ନିମନ୍ତେ ମନୋଜ କୁମାର ବେହେରା ଦାବୀ କରିଛନ୍ତି I ଯଦି ଦୋକାନ ଗୃହ ନିର୍ମାଣ କରାଗଲା ଦୋକାନ ଗୃହ ଭଙ୍ଗା ଯାଇଥିବା ଦୋକାନୀଙ୍କୁ ପ୍ରଥମେ ପ୍ରଦାନ କରାଗଲା ନାହିଁ କାହିଁକି ବୋଲି ଦୋକାନୀ ବିଶ୍ୱନାଥ ସାହୁ , ଜଗଦୀଶ ରାଉଳ, କୌଳସ ଚନ୍ଦ୍ର ପାଣିଗ୍ରାହୀ, ରଞ୍ଜିତ ସାହୁ, ଟୁନା ସାହୁ,ଅନନ୍ତ କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି I ଯଦି ପ୍ରଶାସନ ଉକ୍ତ ଘଟଣାକୁ ଗୁରୁତ୍ୱ ନ ଦିଆନ୍ତି , ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଦୋକାନୀ ଚେତାବନୀ ଦେଇ ଛନ୍ତି I

Related news

Skip to toolbar