କନ୍ଧମାଳ ସନ୍ତାନ

Breaking News

ମିସ ଟିନ ଡିଭା ୨୦୨୦ ପ୍ରତିଯୋଗିତାର ଅଂଶ ଗ୍ରହଣ କରିବେ କନ୍ଧମାଳର ଝିଅ ମେଲିସା ନାୟକ…..

କନ୍ଧମାଳ ସନ୍ତାନ(ବ୍ୟୁର): ପୁଣି ଥରେ ଜାତୀୟ ସ୍ତରରେ ଚମକିବେ ଦୁଇ ଓଡ଼ିଆ ଝିଅ । ଜଣେ ପ୍ରତିଯୋଗୀ ଭୁବନେଶ୍ୱରର ହୋଇ ଥିବା ବେଳେ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ମେଲିସା ନାୟକ I ଏହି ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣୀ ଗ୍ରାମର ମେଲିସା ନାୟକ । ଯାହା କି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣି ଥିବା ମତ ପ୍ରକାଶ ପାଇଛି I ମେଲିସା ନାୟକ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ । ଗତ ଅକ୍ଟୋବରରେ ଅନଲାଇନରେ ମିସ୍ ଟିନ୍ ଡିଭା-୨୦୨୦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଅନ ଲାଇନ ଅଡିସନ ଦେଇଥିଲେ ମେଲିସା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ତିନି ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ଜଣଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ଅଛନ୍ତି । ଜଣେ ଭୁବନେଶ୍ୱରର ହୋଇଥିବାବେଳେ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ମେଲିସା । ଆଜି ଏ ସମ୍ପର୍କରେ ମେଲିସାଙ୍କୁ ଇ-ମେଲ ଆସିଥିଲା । ତେବେ ଏତେ ବଡ଼ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବା ମେଲିସାଙ୍କ ଲାଗି ଅର୍ଥ ସାଜିଛି ବାଧକ । ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ ସହାୟତା ମିଳିଲେ ମନୋବଳ ବଢ଼ିବା ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମେଲିସା । ଏହା ପୂର୍ବରୁ ୨୦୧୯ ମିଶ ଓଡିଶାରେ ଅଂଶ ଗ୍ରହଣ କରି ଫାଇନାଲିଷ୍ଟ ଥିଲେ ମେଲିସା ନାୟକ I ତାଙ୍କର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଆର୍ଥିକ ଅନାଟନ I ନିଶ୍ଚୟ ଏହି ପ୍ରତିଯୋଗିତାରେ ମେଲିସା କୃତକାର୍ଯ୍ୟ ହେବା ନେଇ ଆଶା ରଖି ଥିବା କହିଛନ୍ତି I

Related news

Skip to toolbar