କନ୍ଧମାଳ ସନ୍ତାନ

Breaking News

ଚିକିତ୍ସାଧିନ ଅବସ୍ଥାରେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢ଼ୀଙ୍କ ବିୟୋଗ..

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଆ ଦୈନିକ ଖବରକାଗଜ ପ୍ରମେୟର କନ୍ଧମାଳ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢୀଙ୍କ ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ଭୁବନେଶ୍ୱର କିମସ ହସ୍ପିଟାଲରେ ମୃତ୍ୟୁ ଘଟିଛି । ତାରିଣୀ ଭାଇଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସର୍ଗତଃ ତାରିଣୀ ଭାଇଙ୍କ ପରିବାର ଓ କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାରିଣୀ ଭାଇ ତା ୨୦ ତାରିଖ ଦିନ ନିଜ ସମ୍ପର୍କୀୟ ନାନୀ ଘରକୁ ଖାଇବାକୁ ଯାଇଥିଲେ । ସେଠାରୁ ଆସିବା ପରେ ତାଙ୍କ ଝିଅ ଦୁହିଁଙ୍କୁ ଟିକିଏ ଜ୍ଜ୍ୱର ଆରମ୍ଭ ହୋଇଥିଲା । ପରେ ଦୁଇ ଝିଅଙ୍କ ସହ ତାରିଣୀ ଭାଇ ଏବଂ ତାଙ୍କ ଧର୍ମ ପତ୍ନୀ ମିଶି କୋଭିଡ ପରୀକ୍ଷା କରାଇଥିଲେ । କୋଭିଡ ପରୀକ୍ଷାରେ ଝିଅ ଦୁହିଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁହେଁ ନେଗେଟିଭି ଚିହ୍ନଟ ହୋଇଥିଲେ । ସେହି ଦିନ ସନ୍ଧ୍ୟାରେ ତାରିଣୀ ପାଢ଼ୀଙ୍କୁ ଜ୍ଜ୍ୱର ହୋଇଥିଲା । ତାରିଣୀ ଭାଇ ନିଜେ କୋଭିଡ ସନ୍ଦେହ କରି ଘରେ ହୋମ କ୍ୱାରେନଟାଇନରେ ରହି ନିୟମିତ ଔଷଧ ଖାଇ ଚିକିତ୍ସିତ ହୋଇଥିଲେ । ୨୪ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଫୁଲବାଣୀ କୋଭିଡ ହସ୍ପିଟାଲରେରେ ଭର୍ତି କରାଯାଇ କୋଭିଡ ପରୀକ୍ଷା କରାଯାଇଥିଲା । ତାରିଣୀ ପାଢ଼ୀଙ୍କର ସେଠାରେ କୋଭିଡ ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହେବା ପରେ ଫୁଲବାଣୀ କୋଭିଡ଼ ହସ୍ପିଟାଲରେ ୪ଦିନ ରହି ଚିକିତ୍ସିତ ହେଉ ଥିଲେ I ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ୨୮ତାରିଖ ଅପରାହ୍ନ ସମୟରେ ଭୁବନେଶ୍ୱର କିମସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ୨୯ ତାରିଖ ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାରିଣୀ ପାଢୀ ଜଣେ କର୍ତ୍ତବ୍ୟରତ୍ତ ସାମ୍ବାଦିକ ହିଁ ନଥିଲେ ସେ ଏକାଧାରରେ କବି , ଲେଖକ, ଚିତ୍ରକାର ଓ ସମାଜସେବୀ ଥିଲେ। ସେ ଥିଲେ ଜଣେ ମେଳାପୀ, ମିଷ୍ଠଭାଷୀ । ତାରିଣୀ ଭାଇ କନ୍ଧମାଳ ଜିଲ୍ଲାକୁ ପ୍ରାୟ ଦେଢ ବର୍ଷ ହେବ ପମେୟ ପ୍ରତିନିଧି ଭାବେ ଆସି କନ୍ଧମାଳ ଜିଲ୍ଲା ବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇ ହୃଦୟକୁ ଜିତି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାରିଣୀ ଭାଇଙ୍କ ମୃତ୍ୟୁକୁ ନେଇ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି ।

Related news

Skip to toolbar