କନ୍ଧମାଳ ସନ୍ତାନ

Breaking News

ଆରପାରିରେ ଘୁ.ଉଦୟଗିରି ପାଷ୍ଟରେଟ ୟୁନିୟନର ପୂର୍ବତ୍ତନ ସମ୍ପାଦକ, ଶୋକବ୍ୟକ୍ତ କଲେ ସଂଖ୍ୟା ଲଘୁ ସମ୍ପ୍ରଦାୟ

କନ୍ଧମାଳ ସନ୍ତାନ(ବ୍ୟୁର): ଆର ପାରିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାୟୋସିସ ଘୁ.ଉଦୟଗିରି ପାଷ୍ଟରେଟ ୟୁନିୟନର ପୂର୍ବତନ ସମ୍ପାଦକ ନାଥନ ପାତ୍ର ନାୟକ I ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର କୋଭିଡ ହିସ୍ପିଟାଲ ଦେହାନ୍ତ ଘଟିଛି I ପ୍ରାୟ ୧୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ନାଥନ ପାତ୍ର ନାୟକ ମେଳାପୀ, ଧର୍ମପରାୟଣ, ପରପୋକାରୀ ଏବଂ ସଂଖ୍ୟା ଲଘୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଆଗ ଧାଡ଼ିର ନେତା ଥିଲେ I ବର୍ତ୍ତମାନ ନାଥନ ପାତ୍ର ନାୟକ ଡାୟୋସିସ ଅଫ ଫୁଲବାଣୀର ଅଫିସ ଆଡ଼ମିନିଷ୍ଟ୍ରେଟର ଭାବରେ କାର୍ଯ୍ୟଭାର ତୁଲାଉ ଥିଲେ I ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯିବା ସହ ଆମୋଦ ଚନ୍ଦ୍ର ନାୟକ, ଜିତେନ୍ଦ୍ର ନାୟକ, ବାକିରାମ ନାୟକ, ଇଜିକିଏଲ ନାୟକ, ସଦାନନ୍ଦ ନାୟକ, ଯାଦବ ନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି I ନାଥନ ପାତ୍ର ନାୟକ ୨୫ ବର୍ଷରୁ ଉର୍ଦ୍ଧ୍ବ ବାଇବଲ ସୋସାଇଟି ଅଫ ଇଣ୍ଡିଆରେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ଡାୟୋସିସ ଅଫ ଫୁଲବାଣୀରେ ଆଡ଼ମିନିଷ୍ଟ୍ରେଟର ଭାବରେ କାର୍ଯ୍ୟ କରୁଥିଲେ I ଦେହାନ୍ତ ପରେ ନାଥନ ପାତ୍ର ନାୟକଙ୍କ ମରଶରୀରକୁ ଓଡିଆ ବାପଟିଷ୍ଟ ଚର୍ଚ୍ଚ ବ୍ରହ୍ମପୁରର ସହପାଳକ ଦିଗାମ୍ବର ନାୟକ ଚର୍ଚ୍ଚ କବରସ୍ଥାନରେ ପରିବାର ଲୋକଙ୍କ ଉପସ୍ଥିତିରେ ଖ୍ରୀଷ୍ଟୟାନ ରୀତିନୀତିରେ କବର ଦେଇଥିଲେ I ନାଥନ ପାତ୍ର ନାୟକଙ୍କ ବିୟୋଗ ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ଅପୁରାଣୀୟ କ୍ଷତି ବୋଲି ଘୁ.ଉଦୟଗିରି ସଂଖ୍ୟା ଲଘୁ ସମ୍ପ୍ରଦାୟ ପକ୍ଷରୁ ପ୍ରକାଶ କରାଯାଇଛି I

Related news

Skip to toolbar