କନ୍ଧମାଳ ସନ୍ତାନ

Breaking News

କୁର୍ତ୍ତମଗଡ଼ରେ ଲାଗିଲା ଲାଲ ବ୍ୟାନର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ…..

କନ୍ଧମାଳ ସନ୍ତାନ( ବ୍ୟୁର ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର l ଏଥିରେ କୁର୍ତ୍ତୃମଗଡ଼ ପଂଚାୟତର ପୂର୍ବତନ ସରପଞ୍ଚ ଶିରୀଶ ମଳିକଙ୍କୁ ଧମକ ପୂର୍ଣ୍ଣ ବାର୍ତା ଦେଇଛି ମାଓ ସଂଗଠନ l ଯେଉଁଥିରେ ଉଲେଖ ରହିଛି ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା l ଏହି ହତ୍ୟାକାଣ୍ଡ ଘଟଣା ପୂର୍ବତନ ସରପଞ୍ଚ ଷଡଯନ୍ତ୍ର କରିଥିବା ନେଇ ମାଓ ସଙ୍ଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି l ଏଥିସହ ଅନ୍ୟାୟ ଅତ୍ୟାଚାର ବିରୋଧ ରେ ସଂଗ୍ରାମ କରି ମୃତ୍ୟୁ ବରଣ କରିଥିବା ସହିଦ ମାଓ ବାଦୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି l ଏଣୁ ଆଜି ୧୩-୯-୨୦୨୦ କୁ ସହିଦ ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମାଓବାଦୀ ସଙ୍ଘଠନ l ତେବେ ଏମଟୁ ମାଓବାଦୀ ପକ୍ଷରୁ ଏହି ଧମକ ପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଛଡା ଯାଇଛି l ଏହି ବ୍ୟାନରକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲି ଥିବା ସୂଚନା ମିଳିବା ସହ ସ୍ଥାନୀୟ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି I

Related news

Skip to toolbar