କନ୍ଧମାଳ ସନ୍ତାନ

Breaking News

ଏଚ୍ଏଫସି ସ୍ବେଛାସେବୀ ଅନୁଷ୍ଠାନ ଦ୍ବାରା ରାସନ ସାମଗ୍ରୀ ବଣ୍ଟନ….

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବ୍ଲକର କତିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଆଙ୍ଗିଆ ଅଞ୍ଚଳରେ ଥିବା ଏଚଏଫସି ପକ୍ଷରୁ ବୁଡେଡ଼ି ପାଡ଼ା, ପିଡସୁବାଲି, ଲାବୁରି, କେପଡି, ମଣ୍ଡାସରୁ, ମାଜୁମାହା, କଲାନାଜୁ,ଗୁଡ୍ରିବାଡା, ରୁଟୁନାଜୁ ଈତ୍ୟାଦି ଗ୍ରାମ ଗୁଡିକର ୪ବର୍ଷରୁ ୧୭ବର୍ଷ ମଧ୍ୟରେ ଥିବା ଛାତ୍ର ଛାତ୍ରୀ, ବୃଦ୍ଧା ବୃଦ୍ଧ ଏବଂ ଶାରିରିକ ଅକର୍ମଣୀୟ ମାନଙ୍କୁ ରାସନ୍ ସା୍ମଗ୍ରି ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କତିଙ୍ଗିଆ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅବନେଶ୍ବର ପ୍ରଧାନ ଯୋଗଦେଇ ଅନୁଷ୍ଠାନର ଏପରି ସେବାକାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ଛାତ୍ର ଛାତ୍ରୀ ମନଙ୍କୁ ଉତ୍ସାହିତ କରିବା ସହ କରୋନାରେ ସତର୍କ ରହିବା ସହ ଭଲ ମଣିଷ ହେବା ନିମନ୍ତେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଯଜକ ହଷିୟା ହରପାଲ ପରିଚାଳନା କରିବା ସହ ସ୍ବାଗତ ଭାଷଣ ଦେଇଥିଲେ, ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବକ ଯୋସେଫ ଦିଗାଲ ଏବଂ ସହଯୋଗ କରିଥିଲେ ରାଜ୍ୟ ସଂଯଜକ ସତ୍ୟସୁବନ ନାୟକ ଏବଂ ଅନ୍ୟ କର୍ମଚାରୀ I ୧୦୦ରୁ ଅଧିକା ଛାତ୍ର ଛାତ୍ରୀ, ବୃଦ୍ଧା,ବୃଦ୍ଧ ମାନଙ୍କୁ ରାସନ୍ ସାମଗ୍ରୀ ମୁଖ୍ୟ ଅତିଥିଙ୍କ ଦ୍ବାରା ବଣ୍ଟନ କରାଗଲା।

Related news

Skip to toolbar