କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାର୍କ ତିଆରି ପାଇଁ ଦାବୀ, ଅନିଶ୍ଚିତତା ମଧ୍ୟରେ ସିରିକି ଗ୍ରାମୀଣ ପାର୍କ……

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେବାର ୪୦ ବର୍ଷ ବିତିଯାଇଥିଲେ ମଧ୍ୟ ସହର ବାସୀଙ୍କ ପାଇଁ ପାର୍କ ଟିଏ ନାହିଁ I ଯାହା ପାଇଁ ଅଞ୍ଚଳବାସୀ ମର୍ନିଂୱାକ କିମ୍ବା ବ୍ୟସ୍ତ ବହୁଳ ସମୟରେ ନିରଳାରେ କିଛି ସମୟ କଟେଇବା ପାଇଁ ଚାହୁଁ ଥିଲେ ମଧ୍ୟ ସୁଯୋଗ ପାଉନ ଥିବା ପ୍ରକାଶ କରିଛନ୍ତି I                       ଏହାକୁ ନେଇ ବର୍ଷ ବର୍ଷ ଦାବୀ ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ I ଅନ୍ୟ ପକ୍ଷରେ ଅନିଶ୍ଚିତତା ମଧ୍ୟରେ ସିରିକି ଗ୍ରାମୀଣ ପାର୍କ I ଏହି ପାର୍କ କାମ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ମାଲିକାପଡ଼ି ଗ୍ରାମ ପଂଚାୟତର ସିରିକି ଡେମ ଠାରେ ଆର୍ଥିକ ବର୍ଷ ୨୦୧୯-୨୦ରେ ୫ ଲକ୍ଷ ସରକାରୀ ଅନୁଦାନର ଆରମ୍ଭ ହୋଇଥିଲା I ହେଲେ ତାହା ପାଚେରୀ ହୋଇ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି I ବହୁତ ଦିନ ହେବାରୁ ପାଚେରୀ ମଧ୍ୟ ଭାଙ୍ଗିବା ଅବସ୍ଥାରେ ଥିବା ସହ                                                                                               ପାର୍କ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I 
କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ସରକାରଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ଜନସାଧାରଣଙ୍କ ପାଇଁ ପାର୍କ ନିର୍ମାଣ କାମ ଆରମ୍ଭ ହୋଇ ଥିଲା I ଜିଲ୍ଲାର ଅନେକ ପାର୍କ କାମ ସମାପ୍ତ ହୋଇ ଜନସାଧାରଣଙ୍କ ପାଇଁ ବ୍ୟବହାର ଅପେକ୍ଷାରେ ଥିବା ବେଳେ ସିରିକି ଗ୍ରାମୀଣ ପାର୍କ ନିର୍ମାଣ କାମ ଶେଷ ହୋଇ ନାହିଁ I ଯାହା ପାଇଁ ଅଂଚଳରେ ଅଶାନ୍ତି ପ୍ରକାଶ ପାଇଛି I ପାର୍କ ନିର୍ମାଣ କାମ ଆରମ୍ଭ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଖୁସି ଦେଖା ଦେଇ ଥିଲା I ପାର୍କ ବ୍ୟବହାର ଉପଯୋଗୀ ହେଲେ ଅଞ୍ଚଳବାସୀ ସେଠାକୁ ଯାଇ କିଛି ମୁହୂର୍ତ୍ତ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବେ I କିନ୍ତୁ ଜନସାଧାରଣଙ୍କ ଆଶା ଆଶାରେ ହି ରହିଥିବା ମତ ପ୍ରକାଶ ପାଇଛି I ବର୍ତ୍ତମାନ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ଗୋଲା ସାହି ଠାରେ ଶିଶୁ ପାର୍କ ଅଛି କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ପାର୍କ ନିର୍ମାଣ କରାଯାଇ ନାହିଁ I ବହୁତ ବର୍ଷରୁ ସହର ବାସୀଙ୍କ ପାଇଁ ପାର୍କ ତିଆରି ପାଇଁ ଦାବୀ ହୋଇ ଆସୁ ଥିଲେ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦର ତତ୍ପରତା ପ୍ରକାଶ ପାଇ ନ ଥିବା ସହର ବାସୀ ଅଭିଯୋଗ କରିଛନ୍ତି I ତେଣୁ ଜନସାଧାରଣଙ୍କ ସ୍ଵାର୍ଥ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏକ ପାର୍କ ନିର୍ମାଣ କରିବା ସହ ସିରିକି ଗ୍ରାମୀଣ ପାର୍କର ନିର୍ମାଣ କାମ ସରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I

Related news

Skip to toolbar