କନ୍ଧମାଳ ସନ୍ତାନ

Breaking News

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ତଲାରିମାହା-ରେଢାସିଂ ରାସ୍ତା….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ତଲାରିମାହା ଗ୍ରାମ ପଂଚାୟତ I ଏହି ଗ୍ରାମ ପଂଚାୟତ ଏବଂ ବସ୍ତିଙ୍ଗିଆ ଗ୍ରାମ ପଂଚାୟତ ସହ ସଂଯୋଗ କରିବା ପାଇଁ ୨୧୯.୮୦ ଲକ୍ଷ ଟଙ୍କା ସରକାରୀ ଅନୁଦନରେ ୨୬-୦୬-୨୦୧୮ ତାରିଖରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା I ସରକାରୀ ନିର୍ଦ୍ଧେଶ ଅନୁସାରେ ୨୫-୦୫-୨୦୨୦ ତାରିଖରେ କାର୍ଯ୍ୟ ଶେଷ ହେବାର ଥିଲା I ହେଲେ ସରକାରଙ୍କ ତରଫରୁ କାର୍ଯ୍ୟ ଶେଷ ଧାର୍ଯ୍ୟ ସମୟ ସମୟର ଠାରୁ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଗଡ଼ି ଗଲା ହେଲେ ରାସ୍ତା ନିର୍ମାଣ କାମ ଶେଷ ହୋଇ ନାହିଁ I ଯାହା ପାଇଁ ଗଟାମାହା, ଦୁଗୁଡି(କ),ଡୁଗୁଡି(ଖ), ଡାଡିସାହି, ପଧାନପଡା, ଖାସିରିଖୋଲ ଅଂଚଳର ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉ ଥିବା ସମାଜସେବୀ ରାଜେଶ କୁମାର ବଗର୍ତ୍ତି ଅଭିଯୋଗ କରିଛନ୍ତି I ବହୁ ବିଳମ୍ବରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଥିଲା I ଯାହାକି ମୁଖ୍ୟ ରାସ୍ତା ଠାରୁ ତିନି କିମି ପର୍ଯ୍ୟନ୍ତ ନିର୍ମିତ ହୋଇ ଅଟକି ରହିଛି I ନିର୍ମିତ ତିନି କିମି ରାସ୍ତା ଦବିବା ସହ ପିଚୁ ଉଠିବା ସହ ଅତି ନିମ୍ନମାନର ହୋଇ ଥିବା ସମାଜସେବୀ ଅଭିଯୋଗ କରିଛନ୍ତି I କେବଳ ଏତିକି ନୁହେଁ ରାସ୍ତା ନିର୍ମାଣ କାମରେ କାର୍ଯ୍ୟ କରୁ ଥିବା ଦିନ ମଜୁରିଆଙ୍କୁ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମଜୁରୀ ଟଙ୍କା ଦିଆ ଯାଇ ନ ଥିବା ସମାଜସେବୀ ରାଜେଶ କୁମାର ବଗର୍ତ୍ତି ଅଭିଯୋଗ କରିଛନ୍ତି I ତେଣୁ ଯଥା ସମ୍ଭବ ରାସ୍ତା କାମ ସାରିବା ସହ ଦିନ ମଜୁରିଆଙ୍କ ବାକିଆ ମଜୁରୀ ଟଙ୍କା ଠିକା ସଂସ୍ଥା ପକ୍ଷରୁ ପଇଠ ପାଇଁ ମଧ୍ୟ ସମାଜସେବୀ ସରକାରଙ୍କ ପାଖରେ ଦାବୀ କରିଛନ୍ତି I ଘଟଣା ସମ୍ପର୍କରେ ଠିକାଦାର ସଂସ୍ଥାର ଗୁମୁସ୍ଥାଙ୍କୁ ଆମ ପ୍ରତିନିଧି ପଚାରି ବୁଝିବା ପାଇଁ ଚେଷ୍ଟା କରି ଥିଲେ I କିନ୍ତୁ ନିର୍ମାଣକାରୀ ସଂସ୍ଥାର ସଂସ୍ଥାର କର୍ମଚାରୀ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଥିଲେ I ତେଣୁ ଘଟଣାର ତଦନ୍ତ କରି ରାସ୍ତା ନିର୍ମାଣ କାମ ସରିବା, ସରକାରୀ ନିର୍ଦ୍ଧାରିତ ମାନର ରାସ୍ତା ନିର୍ମାଣ କାମ କରିବା ସହ ଦିନ ମଜୁରିଆଙ୍କ ବାକିଆ ମଜୁରୀ ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି I

Related news

Skip to toolbar