କନ୍ଧମାଳ ସନ୍ତାନ

Breaking News

ଡମ୍ଫର ଧକ୍କାରେ ଶ୍ରମିକ ମୃତ, କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ ..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ପୁରୁଣା ସାହି ନିକଟରେ ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର I ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିଲେ I କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସୀ l ମୃତ ଶ୍ରମିକ ଜଣକ ହେଲେ ପୁରୁଣା ସାହିର ଦିଲ୍ଲୀପ ବିଷୋୟୀ I ଆଜିସକାଳ ୯ ଟା ସମୟରେ ଦିଲ୍ଲୀପ କାମ କରିବାକୁ କ.ନୂଆଗାଁକୁ ସାଇକେଲ ଯୋଗେ ଆସୁଥିଲେ I ଏହି ସମୟରେ ଏକ ଠିକାଦାର ସଂସ୍ଥାର ଡମ୍ଫର ସାଇକେଲ ଆରୋହୀ ଦିଲ୍ଲୀପଙ୍କୁ ଧକ୍କା ଦେଇଥିଲା I ଘଟଣା ସ୍ଥଳରେ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡିଯାଇଥିଲା l ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା l ଖବରପାଇ ଉତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରି ମୃତକଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲା l ଦିଲ୍ଲୀପ ବାପା ମାଙ୍କ ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ I ରାସ୍ତା ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଜାନ ବାହନ ଅଟକି ରହିଥିଲା l

Related news

Skip to toolbar