କନ୍ଧମାଳ ସନ୍ତାନ

Breaking News

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥରେ ଧାରଣା

କନ୍ଧମାଳ ସନ୍ତାନ (ବ୍ୟୁର): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ l ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀରେ ରାଜରାସ୍ତା ଅବରୋଧ l ବ୍ରହ୍ମପୁର – ବାଲିଗୁଡା – ରାୟପୁର ଜାତୀୟ ରାଜପଥ ୫୯ରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ l ଯାହା ପାଇଁ ଯାତାୟାତରେ ବାଧା ସୃଷ୍ଟି ହୋଇ ଥିଲା I
ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ନୁଆସାହିର ବିଜୟ କୁମାର ସାହୁ (ବୟସ ୩୮)ନାମକ ଯୁବକଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ହୋଇଥିଲା I ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଆଣି ଥିଲେ l କୋଭିଡ-୧୯ ପାଇଁ କର୍ଯ୍ୟରତ ଡାକ୍ତର ଯୁବକଙ୍କୁ ବିନା ସ୍ପର୍ଶରେ ଚିକିତ୍ସା କରିଥିଲେ l ଥଣ୍ଡା ଖାସ ହେଉଥିବା କହିବା ସତ୍ୱେ କେବଳ ଡାକ୍ତର ଥଣ୍ଡା ମେଡ଼ିସିନ ଦେଇ ଫେରେଇ ଦେଇଥିଲେ l ଉକ୍ତ ଯୁବକଙ୍କୁ କୋଭିଡ ଟେଷ୍ଟ ପାଇଁ ମଧ୍ୟ ପଠାଇନଥିଲେ l

ଆଜି ସକାଳୁ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବାଳିଗୁଡ଼ା ଉପଖଣ୍ଡ ଚିକିତ୍ସାଲୟକୁ ଅଣାଯାଇଥିଲା l ସେଠାରେ ଡାକ୍ତର ଏସ.ଡି. ନାୟକ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତେଜନା ଦେଖା ଯାଇଥିଲା I

ଡାକ୍ତରଙ୍କୁ ବହିଷ୍କାର, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀରେ ଉତ୍ୟକ୍ତ ଲୋକେ ରାଜରାସ୍ତାକୁ ଅବରୋଧ କରିଥିଲେ l ଘଟଣା ସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଏବଂ ଥାନାଧିକାରୀ ପହଞ୍ଚି ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା ହୋଇ ଥିଲା I

Related news

Skip to toolbar