କନ୍ଧମାଳ ସନ୍ତାନ

Breaking News

ଗଞ୍ଜେଇ ମାଫିଆ ଗିରଫ: କାର ,୪୭.୯୦୦ କେଜି ଗଂଜେଇ ଜବତ

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ପୁଲିସ କବଜାରେ ଗଞ୍ଜେଇ ବେପାରୀ I ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଘୁ.ଉଦୟଗିରି ପୁଲିସ ଗତ କାଲି ଜଣକୁ ଗିରଫ କରିଛି I ଗିରଫ ଗଞ୍ଜେଇ ଚୋରା ଚାଲାଣକାରୀ ଜଣକ ହେଲେ ନାରାୟଣ ରାଣା I
ଘଟଣା ଅନୁସାରେ ଗଞ୍ଜେଇ ବେପାରୀ ଜଣକ ଓଆର- ୦୫ଏଏ-୪୫୫୫ ନମ୍ବର ହୋଣ୍ଡା ସିଟି କାର ଯୋଗେ ଗତ କାଲି ସନ୍ଧ୍ୟାରେ ଫିରିଙ୍ଗିଆ ଠାରୁ ଭଞ୍ଜନଗରକୁ ଗଞ୍ଜେଇ ଚୋରା ଚାଲାଣ କରୁ ଥିଲେ I ବିଶେଷ ସୂତ୍ରରୁ ସୂଚନା ପାଇ ଘୁ.ଉଦୟଗିରି ଥାନା ପୁଲିସ ଘୁ.ଉଦୟଗିରି ଥାନା ଅଧିନସ୍ଥ ଗ୍ରେସିଙ୍ଗିଆ ଗ୍ରାମ ପଂଚାୟତର ଡିଣ୍ଡାବାଲି ଠାରେ ଗଞ୍ଜେଇ ମାଫିଆକୁ କାବୁ କରି ଥିଲା I ପୁଲିସ ଗଞ୍ଜେଇ ମାଫିଆ ଠାରୁ ୪୭.୯୦୦ କେଜି ଗଂଜେଇ ଜବତ କରିବା ସହ ନାରାୟଣ ରାଣାକୁ ଗିରଫ କରିଛି I ଉକ୍ତ ଘଟଣାକୁ ନେଇ ଘୁ.ଉଦୟଗିରି ପୁଲିସ ୭୧/୨୦୨୦ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ଚୋରା ଚାଲାଣକାରୀକୁ କୋର୍ଟ ଚାଲାଣ କରିଥିବା ଘୁ.ଉଦୟଗିରି ପୁଲିସ ସୂତ୍ରରୁ ପ୍ରକାଶ I

Related news

Skip to toolbar