କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ସନ୍ତାନ(ବ୍ୟୁର): କୁକୁଡ଼ା ଖଣ୍ଡି ଠାରେ ଆୟୋଜିତ ହୋଇ ଥିବା ଭଳିବଲ ଟୁର୍ଣ୍ଣାମେଂଟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମାର ଭଳିବଲ ଦଳ ଚମ୍ପିୟାନ ହୋଇଛି I ଯାହାକୁ ନେଇ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି I ଗଞ୍ଜାମ ଜିଲ୍ଲା ଗପିନାଥ ପୁର କୁକୁଡ଼ା ଖଣ୍ଡି ଠାରେ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା I ଉକ୍ତ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଭାଗ ନେଇ ବିଜୟ ହୋଇଛି I ବାରଖମା ଦଳ ପ୍ରଥମ ଗଳାବନ୍ଧ ଟିମ ସହ ଜିତି ଥିଲା I ପରେ ଅରୋଡ଼ାବନ୍ଧ ଓ ପାଣିଖଣ୍ଡି ଟିମ ସହ ବିଜୟ ହୋଇ ଆଜି ଫେରିଛନ୍ତି I ନିଜ ଭିଟାମାଟି ବରଖମାକୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଟ୍ରଫି ନେଇ ପହଞ୍ଚିବା ପରେ ବରଖମାର ପୁରୁଣା ଖେଳାଳି ଶ୍ରୀଯୁକ୍ତ ରଜନୀ କାନ୍ତ ଦିଗାଲଙ୍କ ନେତୃତ୍ୱରେ ଖେଳ ପ୍ରେମୀ ଅଞ୍ଚଳବାସୀ ବାଜାବାଜୁଣିରେ ବିଜୟ ଦଳକୁ ସ୍ୱାଗତ କରିବା ସହ ବାରଖମା ଶିବ ମନ୍ଦିର ଠାରୁ ବଜାର ପରିକ୍ରମା କରାଇଥିଲେ ଆସନ୍ତୁ I

Skip to toolbar